Advertisment

୫ ଜିଲ୍ଲାରେ କାଲି ନଥିଲେ, ଆଜି ବି ନାହାନ୍ତି

ଭୁବନେଶ୍ୱର: ରାଜ୍ୟରେ ୨୦୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୮୭ଟି ହେଉଛି ଲୋକାଲ୍ କେସ୍‌। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨୩ଟି ଜିଲ୍ଲାରୁ ଓ ଷ୍ଟେଟ୍ ପୁଲ୍‌ରୁ ନୂଆ ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୨୭ ଜଣ ଅଛନ୍ତି। ବାଲେଶ୍ୱରରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୬, ଭଦ୍ରକରୁ ୨, […]

author-image
Jitendra Garnayak
ଅଦ୍ୟତନ ହୋଇଛି
୨୧ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

corona-8-1

ଭୁବନେଶ୍ୱର: ରାଜ୍ୟରେ ୨୦୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୮୭ଟି ହେଉଛି ଲୋକାଲ୍ କେସ୍‌। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

୨୩ଟି ଜିଲ୍ଲାରୁ ଓ ଷ୍ଟେଟ୍ ପୁଲ୍‌ରୁ ନୂଆ ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୨୭ ଜଣ ଅଛନ୍ତି। ବାଲେଶ୍ୱରରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୬, ଭଦ୍ରକରୁ ୨, ବଲାଙ୍ଗିରରୁ ୨୬, ବୌଦ୍ଧରୁ ୨, କଟକରୁ ୬, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ଜଣେ, ଗଜପତିରୁ ୫, ଗଞ୍ଜାମରୁ ୩, ଯାଜପୁରୁ ୧୦, ଝାରସୁଗୁଡ଼ାରୁ ୯, କେନ୍ଦ୍ରାପଡ଼ାରୁ ୪, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୧୮, ମୟୂରଭଞ୍ଜରୁ ୮, ନୂଆପଡ଼ାରୁ ୬, ପୁରୀରୁ ୪, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୧୬, ସୋନପୁରରୁ ୩ ଓ ସୁନ୍ଦରଗଡ଼ରୁ ୨୬ ଜଣ ଚିହ୍ନଟ ହୋଇଛନ୍ତି।

ଷ୍ଟେଟ୍‌ ପୁଲ୍‌ରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁର, କନ୍ଧମାଳ, କଳାହାଣ୍ଡି , କୋରାପୁଟ, ମାଲକାନଗିରି, ନୟାଗଡ଼ ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।

Advertisment

ଗତକାଲି ଯେଉଁ ରିପୋର୍ଟ ଆସିଥିଲା, ସେଥିରେ ଗଞ୍ଜାମ ଓ ଗଜପତି ସମେତ କଳାହାଣ୍ଡି, କନ୍ଧମାଳ, ଜଗତସିଂହପୁର, ନବରଙ୍ଗପୁର ଓ କୋରାପୁଟରୁ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। କିନ୍ତୁ ଆଜି ଆସିଥିବା ରିପୋର୍ଟ ଅନୁଯାୟୀ, ଗଜପତି ଜିଲ୍ଲାରୁ ୫ ଓ ଗଞ୍ଜାମରୁ ୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିନ୍ତୁ କନ୍ଧମାଳ, କଳାହାଣ୍ଡି, ଜଗତସିଂହପୁର, ନବରଙ୍ଗପୁର ଓ କୋରାପୁଟରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ତେଣୁ ଗତକାଲି ଭଳି ଆଜି ବି ଏହି ୫ଟି ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।

୨୦୬ଟି ନୂଆ କେସ୍‌ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୬୦୨ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୩,୨୭,୫୩୪ ଜଣ ସୁସ୍ଥ ହୋଇସାରିଛନ୍ତି। ୨,୧୨୪ ଜଣ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ କରୋନାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୯୧ରେ ପହଞ୍ଚିଯାଇଛି। ଏ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି, ତାଙ୍କୁ ୪୭ ବର୍ଷ ହୋଇଥିଲା। ସେ ମାଲକାନଗିରି ଜିଲ୍ଲାର ବାସିନ୍ଦା ଥିଲେ। ତାଙ୍କର ଡାଇବେଟିସ୍‌ ସହିତ ଶ୍ୱାସ ଜନିତ ସମସ୍ୟା ମଧ୍ୟ ଥିଲା।