Advertisment

୨୧୦ କରୋନା ଆକ୍ରାନ୍ତ ଚିହ୍ନଟ, ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଏହି କ୍ରମରେ ରାଜ୍ୟରେ ଆଉ ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୨୨ କ୍ୱାରେଣ୍ଟାଇନ୍ ଏବଂ ୮୮ ଲୋକାଲ୍ କଣ୍ଟାକ୍ଟ ରହିଛି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୨୫୪୧ରେ ପହଞ୍ଚିଥିବା ବେଳେ ସେଥିରୁ ୩୨୮୪୫୨ ସୁସ୍ଥ ହୋଇଥିବା ବେଳେ ୨୧୪୧ ଚିକିତ୍ସାଧୀନ ଅଛନ୍ତି। ଏ ନେଇ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ଚିହ୍ନଟ […]

୨୧୦ କରୋନା ଆକ୍ରାନ୍ତ ଚିହ୍ନଟ, ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ

corona

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଏହି କ୍ରମରେ ରାଜ୍ୟରେ ଆଉ ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୨୨ କ୍ୱାରେଣ୍ଟାଇନ୍ ଏବଂ ୮୮ ଲୋକାଲ୍ କଣ୍ଟାକ୍ଟ ରହିଛି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୨୫୪୧ରେ ପହଞ୍ଚିଥିବା ବେଳେ ସେଥିରୁ ୩୨୮୪୫୨ ସୁସ୍ଥ ହୋଇଥିବା ବେଳେ ୨୧୪୧ ଚିକିତ୍ସାଧୀନ ଅଛନ୍ତି। ଏ ନେଇ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ।

Advertisment

ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ରେ ସର୍ବାଧିକ ୩୦ ଜଣ ଥିବା ବେଳେ ଅନୁଗୋଳରୁ ୨୪, ସମ୍ବଲପୁରରୁ ୧୪, କଟକରୁ ୧୪, ଖୋର୍ଦ୍ଧାରୁ ୧୩, ଝାରସୁଗୁଡ଼ାରୁ ୧୩, ପୁରୀରୁ ୧୦, ବାଲେଶ୍ୱରରୁ ୯, ଯାଜପୁରରୁ ୯, ବରଗଡ଼ରୁ ୮, ମାଲକାନଗିରିରୁ ୮, ମୟୂରଭଞ୍ଜରୁ ୮, ରାୟଗଡ଼ାରୁ ୭, ବଲାଙ୍ଗିରରୁ ୭, ଗଜପତିରୁ ୫, ନୂଆପଡ଼ାରୁ ୫, ଗଞ୍ଜାମରୁ ୪, ଜଗତସିଂହପୁରରୁ ୪, କଳାହାଣ୍ଡିରୁ ୪, ଷ୍ଟେଟ୍ ପୁଲରୁ ୩, ଭଦ୍ରକରୁ ୨, କେନ୍ଦ୍ରାପଡ଼ାରୁ ୨, ଢେଙ୍କାନାଳରୁ ୨, ଦେବଗଡ଼ରୁ ୧, କେନ୍ଦୁଝରରୁ ୧, ସୋନପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ରାଜ୍ୟରେ କରୋନାଜନିତ ଜଣଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ୱରର ଜଣେ ୭୦ ବର୍ଷୀୟ କରୋନାରେ ପ୍ରାଣ ହରାଇଛନ୍ତି। ବୃଦ୍ଧ ଜଣକ ଡାଇବେଟିସ୍ ମେଲିଟସ୍ ଓ ହାଇପରଟେନସନରେ ଆକ୍ରାନ୍ତ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

https://twitter.com/IPR_Odisha/status/1349232400996306947?s=20

https://twitter.com/IPR_Odisha/status/1349232403550638082?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe