Advertisment

୨୪ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସମ୍ବଲପୁରରେ ଅଛନ୍ତି ସର୍ବାଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୦୨ଟି ହେଉଛି ଲୋକାଲ୍ କେସ୍‌। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ୨୪ଟି ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ଏହି ନୂଆ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ହେଉଛନ୍ତି ସମ୍ବଲପୁର ଜିଲ୍ଲାର। ଏହି ଜିଲ୍ଲାରୁ ୩୭ ଜଣ ନୂଆ କରୋନା ଆକ୍ରାନ୍ତ […]

ଅଦ୍ୟତନ ହୋଇଛି
ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮ଶହ ଟପିଲା

corona-1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୦୨ଟି ହେଉଛି ଲୋକାଲ୍ କେସ୍‌। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।

Advertisment

୨୪ଟି ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ଏହି ନୂଆ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ହେଉଛନ୍ତି ସମ୍ବଲପୁର ଜିଲ୍ଲାର। ଏହି ଜିଲ୍ଲାରୁ ୩୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନୁଗୋଳରୁ ୧୫ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୯, ବରଗଡ଼ରୁ ୨୩, ଭଦ୍ରକରୁ ୩, ବଲାଙ୍ଗିରରୁ ୧୯, କଟକରୁ ୫, ଦେବଗଡ଼ରୁ ଜଣେ, ଗଜପତିରୁ ୧୯, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୧୦, ଝାରସୁଗୁଡ଼ାରୁ ୧୯, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୫, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୯, ମାଲକାନଗିରିରୁ ଜଣେ ମୟୂରଭଞ୍ଜରୁ ୫, ନୂଆପଡ଼ାରୁ ୪, ପୁରୀରୁ ୮, ରାୟଗଡ଼ାରୁ ୮, ସୋନପୁରରୁ ୪ ଓ ସୁନ୍ଦରଗଡ଼ରୁ ୨୨ ଜଣ ଚିହ୍ନଟ ହୋଇଛନ୍ତି।

Advertisment

ଷ୍ଟେଟ୍‌ ପୁଲ୍‌ରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଢେଙ୍କାନାଳ, ଗଞ୍ଜାମ, କୋରାପୁଟ, ନବରଙ୍ଗପୁର, ନୟାଗଡ଼ ଓ ବୌଦ୍ଧ ଜିଲ୍ଲାରୁ ଜଣେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।

୨୪୪ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୧୦୬ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୩,୨୮,୦୪୩ ଜଣ ସୁସ୍ଥ ହୋଇସାରିଛନ୍ତି। ୨,୧୧୮ ଜଣ ଚିକିତ୍ସାଧୀନ ଅଛନ୍ତି।

ସେହିପରି ରାଜ୍ୟରେ କରୋନାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଏହି ମୃତକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର। ତାଙ୍କୁ ୪୮ ବର୍ଷ ହୋଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୯୨ରେ ପହଞ୍ଚି ଯାଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨୯ରେ ପହଞ୍ଚିଯାଇଛି, ଯାହା ସାରା ରାଜ୍ୟରେ ସର୍ବାଧିକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe