Advertisment

ରାଜ୍ୟରେ ୩୦୦ ତଳକୁ ଖସି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୮ ଜିଲ୍ଲାରେ ଶୂନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୬୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୧୫୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୨୨ଟି ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ନୂଆ ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୪୫ ଜଣ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱରରୁ ୧୪ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୩ ଜଣ, ଭଦ୍ରକରୁ ୭, ବଲାଙ୍ଗିରରୁ […]

ଅଦ୍ୟତନ ହୋଇଛି
ରାଜ୍ୟରେ ଥମୁନି କରୋନା ମୃତ୍ୟୁ ସଂଖ୍ୟା

1-corona

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୬୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୧୫୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ।

Advertisment

୨୨ଟି ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ନୂଆ ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୪୫ ଜଣ ଚିହ୍ନଟ ହୋଇଛନ୍ତି।

ବାଲେଶ୍ୱରରୁ ୧୪ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୩ ଜଣ, ଭଦ୍ରକରୁ ୭, ବଲାଙ୍ଗିରରୁ ୪, କଟକରୁ ୨୯, ଦେବଗଡ଼ରୁ ୪, ଗଞ୍ଜାମରୁ ୨, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୧୩, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୫, କେନ୍ଦ୍ରାପଡ଼ାରୁ ୧୪, କେନ୍ଦୁଝରରୁ ୮, ଖୋର୍ଦ୍ଧାରୁ ୧୫, ମୟୂରଭଞ୍ଜରୁ ୧୯, ନବରଙ୍ଗପୁରରୁ ଜଣେ, ନୂଆପଡ଼ାରୁ ୧୧, ପୁରୀରୁ ୬, ରାୟଗଡ଼ାରୁ ୨, ସମ୍ବଲପୁରରୁ ୪ ଓ ସୁନ୍ଦରଗଡ଼ରୁ ୪୧ ଜଣ ଚିହ୍ନଟ ହୋଇଛନ୍ତି।

Advertisment

ଷ୍ଟେଟ୍‌ ପୁଲ୍‌ରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧ, ଢେଙ୍କାନାଳ, ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନୟାଗଡ଼ ଓ ସୋନପୁର ଜିଲ୍ଲରୁ ଜଣେ ବି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।

୨୬୩ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୭,୫୪୨ରେ ପହଞ୍ଚିଥିବା ବେଳେ ୩,୨୨,୬୪୮ ଜଣ ସୁସ୍ଥ ହୋଇସାରିଛନ୍ତି। ୨,୯୯୧ ଜଣଙ୍କ ଚିକିତ୍ସା ଚାଲିଛି। ସେହିପରି ଏଯାବତ ଏଥିରେ ୧୮୫୦ ଜଣଙ୍କ ମୃତ୍ୟୁ ଘଟିସାରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe