Advertisment

ଆଖି ବୁଜିଲେ ୩ କରୋନା ଆକ୍ରାନ୍ତ, ସମସ୍ତଙ୍କ ବୟସ ୭୦ ଉପରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କମିବାରେ ଲାଗିଛି କରୋନା କୋପ। ଏଥିସହ କରୋନାଜନିତ ମୃତ୍ୟୁ ସଂଖ୍ୟାର ଗ୍ରାଫ୍‌ ମଧ୍ୟ ଏବେ ତଳମୁହାଁ ରହିଛି। ଏବେ ରାଜ୍ୟରେ କରୋନାଜନିତ ମୃତ୍ୟ ସଂଖ୍ୟା ୫ ତଳକୁ ଖସି ଆସିଥିବା ବେଳେ ରାଜ୍ୟରେ ୩ ନୂଆ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୩୨ରେ ପହଞ୍ଚିଛି।  ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । ରାଜ୍ୟରେ […]

ଅଦ୍ୟତନ ହୋଇଛି
ଆଖି ବୁଜିଲେ ୩ କରୋନା ଆକ୍ରାନ୍ତ, ସମସ୍ତଙ୍କ ବୟସ ୭୦ ଉପରେ

corona-121-1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କମିବାରେ ଲାଗିଛି କରୋନା କୋପ। ଏଥିସହ କରୋନାଜନିତ ମୃତ୍ୟୁ ସଂଖ୍ୟାର ଗ୍ରାଫ୍‌ ମଧ୍ୟ ଏବେ ତଳମୁହାଁ ରହିଛି। ଏବେ ରାଜ୍ୟରେ କରୋନାଜନିତ ମୃତ୍ୟ ସଂଖ୍ୟା ୫ ତଳକୁ ଖସି ଆସିଥିବା ବେଳେ ରାଜ୍ୟରେ ୩ ନୂଆ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୩୨ରେ ପହଞ୍ଚିଛି।  ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।

Advertisment

ରାଜ୍ୟରେ ଜଗତସିଂହପୁର, ପୁରୀ ଓ ନୂଆପଡ଼ା ଜିଲ୍ଲାରୁ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଜଣେ  ମହିଳା ଥିବା ଜଣାଯାଇଛି। ଜଗତସିଂହପୁର ଜିଲ୍ଲାରେ ଜଣେ ୮୨ ବର୍ଷ ବୟସ୍କ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ସେ ପୂର୍ବରୁ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।

ପୁରୀ ଜିଲ୍ଲାରୁ ଜଣେ ୭୮ ବର୍ଷ ବୟସ୍କା ବୃଦ୍ଧା କରୋନାରେ ଆଖି ବୁଜିଥିବା ବେଳେ ସେ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଏହାବ୍ୟତୀତ ନୂଆପଡ଼ା ଜିଲ୍ଲାରୁ ଜଣେ ୭୫ ବର୍ଷ ବୟସ୍କ ବୃଦ୍ଧଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe