Advertisment

ଆଖି ବୁଜିଲେ ୩ କରୋନା ଆକ୍ରାନ୍ତ, ୧୮୭୧ରେ ପହଞ୍ଚିଲା ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ କରୋନାରେ ଆଉ ୩ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୭୧ରେ ପହଞ୍ଚି ଯାଇଛି। ଏହି ତିନି  ମୃତକଙ୍କ ମଧ୍ୟରେ ଭଦ୍ରକ, ବଲାଙ୍ଗିର ଓ ପୁରୀ ଜିଲ୍ଲାରୁ ଜଣେ ଲେଖା ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ  ୩୨୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମରେ ୨୪୬ , ସୁନ୍ଦରଗଡ଼ରେ ୧୬୬ , […]

author-image
Niharika Rout
ଆଖି ବୁଜିଲେ ୩ କରୋନା ଆକ୍ରାନ୍ତ, ସମସ୍ତଙ୍କ ବୟସ ୭୦ ଉପରେ

corona-121-1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ କରୋନାରେ ଆଉ ୩ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୭୧ରେ ପହଞ୍ଚି ଯାଇଛି। ଏହି ତିନି  ମୃତକଙ୍କ ମଧ୍ୟରେ ଭଦ୍ରକ, ବଲାଙ୍ଗିର ଓ ପୁରୀ ଜିଲ୍ଲାରୁ ଜଣେ ଲେଖା ଅଛନ୍ତି।

Advertisment

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ  ୩୨୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମରେ ୨୪୬ , ସୁନ୍ଦରଗଡ଼ରେ ୧୬୬ , କଟକରେ ,୧୩୮, ପୁରୀରେ ୧୧୬, ବାଲେଶ୍ୱରରେ ୯୪ , ମୟୂରଭଞ୍ଜରେ ୮୯ ଓ ସମ୍ବଲପୁରରେ ୭୬ ଜଣଙ୍କ ମୃତ୍ୟୁ ଘଟିଛି। ଏହାବ୍ୟତୀତ ଭଦ୍ରକରେ ସମୁଦାୟ ୨୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗିରରେ ୩୯  ଓ ପୁରୀ ଜିଲ୍ଲାରେ ୧୧୬  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  ଜିଲ୍ଲାରେ ସବୁଠୁ କମ୍  ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଦେଓଗଡ଼ ଜିଲ୍ଲାରେ ସର୍ବନିମ୍ନ ୫ କରୋନାର ଆକ୍ରାନ୍ତ ଆଖି ବୁଜିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟର ୩୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ  ମିଳିଥିବା ସୂଚନା ଅନୁଯାୟୀ, ୧୭୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୩୧  ହେଉଛି ଲୋକାଲ୍ କେସ୍‌।

Advertisment

୨୮ଟି ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ଏହି ନୂଆ ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ  ସର୍ବାଧିକ ୨୮ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନୁଗୁଳ ଜିଲ୍ଲାରୁ ୨୬, ବାଲେଶ୍ୱର ଜିଲ୍ଲାରୁ ୧୪ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୨୫ , ଭଦ୍ରକରୁ୨, ବଲାଙ୍ଗିରରୁ ୧୬ , କଟକରୁ ୨୩ , ଦେବଗଡ଼ରୁ ୪, ଢେଙ୍କାନାଳରୁ ୨, ଗଞ୍ଜାମରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବ୍ୟତୀତ  ଜଗତସିଂହପୁରରୁ ୯ , ଯାଜପୁରରୁ ୧୬ , ଝାରସୁଗୁଡ଼ାରୁ ୮ , କଳାହାଣ୍ଡିରୁ ୫, କନ୍ଧମାଳରୁ ୧ , କେନ୍ଦ୍ରାପଡ଼ାରୁ୧୦ , କେନ୍ଦୁଝରରୁ୧୭  , ଖୋର୍ଦ୍ଧାରୁ ୨୩ , କୋରାପୁଟରୁ୧  ,  ମୟୂରଭଞ୍ଜରୁ୧୯ , ନୟାଗଡ଼ରୁ ୬ , ନୂଆପଡ଼ାରୁ ୬  , ସମ୍ବଲପୁରରୁ୨୮  , ସୋନପୁରରୁ ୩  ଓ ସୁନ୍ଦରଗଡ଼ରୁ୨୮ ଜଣ ଚିହ୍ନଟ ହୋଇଛନ୍ତି।

ଷ୍ଟେଟ୍‌ ପୁଲ୍‌ରୁ ୬  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।

୩୦୫ ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯୩୦୬ରେ  ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ   ୩,୨୪୭୭୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୬୦୭ ଜଣ ଚିକିତ୍ସାଧୀନ ଅଛନ୍ତି।

ଆହୁରି ପଢ଼ନ୍ତୁ