Advertisment

ରାଜ୍ୟରେ ୩୦୫ କରୋନା ଆକ୍ରାନ୍ତ ଚିହ୍ନଟ, ଆଗରେ ରହିଛି ୨ଟି ଜିଲ୍ଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟର ୩୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ  ମିଳିଥିବା ସୂଚନା ଅନୁଯାୟୀ, ୧୭୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୩୧  ହେଉଛି ଲୋକାଲ୍ କେସ୍‌। ୨୮ଟି ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ଏହି ନୂଆ ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ  ସର୍ବାଧିକ ୨୮ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ଜିଲ୍ଲାରୁ ୨୬, ବାଲେଶ୍ୱର […]

ରାଜ୍ୟରେ ୩୦୫ କରୋନା ଆକ୍ରାନ୍ତ ଚିହ୍ନଟ, ଆଗରେ ରହିଛି ୨ଟି ଜିଲ୍ଲା

coona-1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟର ୩୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ  ମିଳିଥିବା ସୂଚନା ଅନୁଯାୟୀ, ୧୭୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୩୧  ହେଉଛି ଲୋକାଲ୍ କେସ୍‌।

Advertisment

୨୮ଟି ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ଏହି ନୂଆ ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ  ସର୍ବାଧିକ ୨୮ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନୁଗୁଳ ଜିଲ୍ଲାରୁ ୨୬, ବାଲେଶ୍ୱର ଜିଲ୍ଲାରୁ ୧୪ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୨୫ , ଭଦ୍ରକରୁ୨, ବଲାଙ୍ଗିରରୁ ୧୬ , କଟକରୁ ୨୩ , ଦେବଗଡ଼ରୁ ୪, ଢେଙ୍କାନାଳରୁ ୨, ଗଞ୍ଜାମରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ଏହାବ୍ୟତୀତ  ଜଗତସିଂହପୁରରୁ ୯ , ଯାଜପୁରରୁ ୧୬ , ଝାରସୁଗୁଡ଼ାରୁ ୮ , କଳାହାଣ୍ଡିରୁ ୫, କନ୍ଧମାଳରୁ ୧ , କେନ୍ଦ୍ରାପଡ଼ାରୁ୧୦ , କେନ୍ଦୁଝରରୁ୧୭  , ଖୋର୍ଦ୍ଧାରୁ ୨୩ , କୋରାପୁଟରୁ୧  ,  ମୟୂରଭଞ୍ଜରୁ୧୯ , ନୟାଗଡ଼ରୁ ୬ , ନୂଆପଡ଼ାରୁ ୬  , ସମ୍ବଲପୁରରୁ୨୮  , ସୋନପୁରରୁ ୩  ଓ ସୁନ୍ଦରଗଡ଼ରୁ୨୮ ଜଣ ଚିହ୍ନଟ ହୋଇଛନ୍ତି।

ଷ୍ଟେଟ୍‌ ପୁଲ୍‌ରୁ ୬  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।

୩୦୫ ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯୩୦୬ରେ  ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ   ୩,୨୪୭୭୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୬୦୭ ଜଣ ଚିକିତ୍ସାଧୀନ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe