Advertisment

୪ଟି ଜିଲ୍ଲାକୁ ଛାଡ଼ି ଅନ୍ୟ ସବୁଠି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୩୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୧୮୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୩୫ଟି ହେଉଛି ଲୋକାଲ୍ କେସ୍‌। ୨୬ଟି ଜିଲ୍ଲା ସହିତ ଷ୍ଟେଟ୍‌ ପୁଲ୍‌ରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରେ ସର୍ବାଧିକ ୭୨ ଜଣ ଚିହ୍ନଟ ହୋଇଛନ୍ତି। ଏହା ତଳକୁ ରହିଛି ଅନୁଗୋଳ ଜିଲ୍ଲା। ଏଠାରେ ୩୫ ଜଣ […]

ଅଦ୍ୟତନ ହୋଇଛି
ରାଜ୍ୟରେ ଆଖି ବୁଜିଲେ ୧୭ କରୋନା ଆକ୍ରାନ୍ତ

corona-2.4

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୩୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୧୮୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୩୫ଟି ହେଉଛି ଲୋକାଲ୍ କେସ୍‌।

Advertisment

୨୬ଟି ଜିଲ୍ଲା ସହିତ ଷ୍ଟେଟ୍‌ ପୁଲ୍‌ରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରେ ସର୍ବାଧିକ ୭୨ ଜଣ ଚିହ୍ନଟ ହୋଇଛନ୍ତି। ଏହା ତଳକୁ ରହିଛି ଅନୁଗୋଳ ଜିଲ୍ଲା। ଏଠାରେ ୩୫ ଜଣ ଚିହ୍ନଟ ହୋଇଛନ୍ତି।

ବାଲେଶ୍ୱରରୁ ୧୦ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୬, ଭଦ୍ରକରୁ ୭, ବଲାଙ୍ଗିରରୁ ୧୫, କଟକରୁ ୧୦, ଦେବଗଡ଼ରୁ ୨, ଢେଙ୍କାନାଳ ୩, ଗଞ୍ଜାମ ୬, ଜଗତସିଂହପୁରରେ ୭, ଯାଜପୁରରେ ୧୧, ଝାରସୁଗୁଡ଼ାରେ ଜଣେ, କଳାହାଣ୍ଡିରେ ୫, କନ୍ଧମାଳରେ ଜଣେ, କେନ୍ଦ୍ରାପଡ଼ାରେ ୧୧, କେନ୍ଦୁଝରରେ ୧୦, ଖୋର୍ଦ୍ଧାରେ ୨୩, ମାଲକାନଗିରିରେ ୩, ମୟୂରଭଞ୍ଜରେ ୧୯, ନବରଙ୍ଗପୁରରେ ୪, ନୟାଗଡ଼ରେ ଜଣେ, ନୂଆପଡ଼ାରେ ୮, ପୁରୀରେ ୨୪, ରାୟଗଡ଼ାରେ ଜଣେ ଓ ସମ୍ବଲପୁରରେ ୧୯ ଜଣ ଚିହ୍ନଟ ହୋଇଛନ୍ତି।

Advertisment

ଷ୍ଟେଟ୍‌ ପୁଲ୍‌ରୁ ୫ ଜଣ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧ, ଗଜପତି, କୋରାପୁଟ ଓ ସୋନପୁର ଜିଲ୍ଲାରୁ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।

୩୧୯ଟି ନୂଆ କେସ୍ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୯୧୫ରେ ପହଞ୍ଚି ଯାଇଛି। ୩,୨୧,୯୫୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩,୦୬୩ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଏଯାବତ ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ୧,୮୪୩ ଜଣଙ୍କ ଜୀବନ ଯାଇସାରିଲାଣି।

Corona Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe