Advertisment

୨୮ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୮ ଜିଲ୍ଲାରୁ ଜଣେ ଲେଖାଏଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୩୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୧୯୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୪୦ଟି ହେଉଛି ଲୋକାଲ କେସ୍। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪୦ଟି ନୂଆ କେସ୍ ସାମ୍ନାକୁ ଆସିଥିବା ବେଳେ ଅନୁଗୋଳ ଜିଲ୍ଲାରେ ୨୩, ବାଲେଶ୍ୱରରେ ୧୮, ବରଗଡ଼ରେ ୧୦, ଭଦ୍ରକରେ ୧୦, ବଲାଙ୍ଗିରରେ ୨୭, ବୌଦ୍ଧରେ ୨, କଟକରେ ୨୬, […]

ଅଦ୍ୟତନ ହୋଇଛି
୩୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୫ ଜିଲ୍ଲାରୁ କେହି ନାହାନ୍ତି

COrona-5-2

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୩୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୧୯୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୪୦ଟି ହେଉଛି ଲୋକାଲ କେସ୍।

Advertisment

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪୦ଟି ନୂଆ କେସ୍ ସାମ୍ନାକୁ ଆସିଥିବା ବେଳେ ଅନୁଗୋଳ ଜିଲ୍ଲାରେ ୨୩, ବାଲେଶ୍ୱରରେ ୧୮, ବରଗଡ଼ରେ ୧୦, ଭଦ୍ରକରେ ୧୦, ବଲାଙ୍ଗିରରେ ୨୭, ବୌଦ୍ଧରେ ୨, କଟକରେ ୨୬, ଗଞ୍ଜାମରେ ୫, ଜଗତସିଂହପୁରରେ ୩, ଯାଜପୁରରେ ୧୩, ଝାରସୁଗୁଡ଼ାରେ ୧୪, କଳାହାଣ୍ଡିରେ ୫, କେନ୍ଦ୍ରାପଡ଼ାରେ ୧୬, କେନ୍ଦୁଝରରେ ୫, ଖୋର୍ଦ୍ଧାରେ ୩୦, ମୟୂରଭଞ୍ଜରେ ୨୦, ନୂଆପଡ଼ାରେ ୧୩, ରାୟଗଡ଼ାରେ ୯ ଓ ସମ୍ବଲପୁରରେ ୩୦ ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି ଦେବଗଡ଼, ଢେଙ୍କାନାଳ, ଗଜପତି, କନ୍ଧମାଳ, କୋରାପୁଟ, ନୟାଗଡ଼, ପୁରୀ ଓ ସୋନପୁରରେ ଜଣେ ଲେଖାଏଁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଷ୍ଟେଟ୍‌ ପୁଲ୍‌ରୁ ୭ ଜଣ ଚିହ୍ନଟ ହୋଇଥିବା ବେଳେ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ବି ଚିହ୍ନଟ ହୋଇନାହାନ୍ତି।

Advertisment

୩୩୪ ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୨୦୧ରେ ପହଞ୍ଚିଥିବା ବେଳେ ୩,୨୩,୩୭୮ ଜଣ ସୁସ୍ଥ ହୋଇସାରିଛନ୍ତି। ୨,୯୧୩ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ରାଜ୍ୟରେ ଏଯାବତ କରୋନାରେ ୧,୮୫୭ ଜଣଙ୍କ ମୃତ୍ୟୁ ଘଟିସାରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe