Advertisment

୩୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୫୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨୦୩ ଜଣ କ୍ୱାରେଣ୍ଟାଇନ୍‌ ଥିଲେ। ବାକି ୧୪୮ଟି ହେଉଛି ଲୋକାଲ୍ କେସ୍। ୨୭ଟି ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୨ ଜଣ ଅଛନ୍ତି। ଏହା ତଳକୁ ରହିଛି ସୁନ୍ଦରଗଡ଼ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ରାଜ୍ୟରେ ମାତ୍ର ୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୮ ଜିଲ୍ଲାରୁ ଜଣେ ଲେଖାଏ

corona-7

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୫୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨୦୩ ଜଣ କ୍ୱାରେଣ୍ଟାଇନ୍‌ ଥିଲେ। ବାକି ୧୪୮ଟି ହେଉଛି ଲୋକାଲ୍ କେସ୍।

Advertisment

୨୭ଟି ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୨ ଜଣ ଅଛନ୍ତି। ଏହା ତଳକୁ ରହିଛି ସୁନ୍ଦରଗଡ଼ ଜିଲ୍ଲା। ଏଠାରେ ୪୭ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରେ ୪୧ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରେ ୧୭, ବରଗଡ଼ରେ ୮, ଭଦ୍ରକରେ ୫, ବଲାଙ୍ଗିରରେ ୧୦, ବୌଦ୍ଧରେ ୨, କଟକରେ ୨୭, ଦେବଗଡ଼ରେ ୨, ଢେଙ୍କାନାଳରେ ୩, ଗଞ୍ଜାମରେ ୨, ଜଗତସିଂହପୁରରେ ୮, ଯାଜପୁରରେ ୬, ଝାସୁଗୁଡ଼ାରେ ୧୧, କଳାହାଣ୍ଡିରେ ୩, କେନ୍ଦ୍ରାପଡ଼ାରେ ୯, କେନ୍ଦୁଝରରେ ୮, କୋରାପୁଟରେ ୧, ମାଲକାନଗିରିରେ ୨, ମୟୂରଭଞ୍ଜରେ ୧୭, ନବରଙ୍ଗପୁରରେ ୬, ନୟାଗଡ଼ରେ ଜଣେ, ନୂଆପଡ଼ାରେ ୨୧, ପୁରୀରେ ୩, ସମ୍ବଲପୁରରା ୨୬ ଓ ସୋନପୁରରେ ଜଣେ ଚିହ୍ନଟ ହୋଇଛନ୍ତି।

Advertisment

ଷ୍ଟେଟ୍ ପୁଲ୍‌ରୁ ୧୨ ଜଣ ଚିହ୍ନଟ ହୋଇଥିବା ବେଳେ ଗଜପତି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।

୩୫୧ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୧୪୭ରେ ପହଞ୍ଚିଥିବା ବେଳେ ୩,୨୦,୨୦୮ ଜଣ ସୁସ୍ଥ ହୋଇସାରିଛନ୍ତି। ୩,୦୬୧ ଜଣ ଚିକିତ୍ସାଧୀନ ରହିଛନ୍ତି।