Advertisment

୨୬ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪ ଜିଲ୍ଲାରେ କେହି ନାହାନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୫୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୧୯୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୫୭ଟି ହେଉଛି ଲୋକାଲ୍ କେସ୍। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ଜିଲ୍ଲାରେ ୨୯ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରେ ୨୬, ବରଗଡ଼ରେ ୧୭, ଭଦ୍ରକରେ ୭, […]

author-image
Jitendra Garnayak
ଅଦ୍ୟତନ ହୋଇଛି
୨୬ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪ ଜିଲ୍ଲାରେ କେହି ନାହାନ୍ତି

corona-2

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୫୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୧୯୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୫୭ଟି ହେଉଛି ଲୋକାଲ୍ କେସ୍।

Advertisment

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ଜିଲ୍ଲାରେ ୨୯ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରେ ୨୬, ବରଗଡ଼ରେ ୧୭, ଭଦ୍ରକରେ ୭, ବଲାଙ୍ଗିରରେ ୧୦, କଟକରେ ୧୯, ଢେଙ୍କାନାଳରେ ଜଣେ, ଗଜପତିରେ ୨, ଗଞ୍ଜାମରେ ୪, ଜଗତସିଂହପୁରରେ ୧୩, ଯାଜପୁରରେ ୯, ଝାରସୁଗୁଡ଼ାରେ ୬, କଳାହାଣ୍ଡିରେ ୭, କନ୍ଧମାଳରେ ଜଣେ, କେନ୍ଦ୍ରାପଡ଼ାରେ ୯, କେନ୍ଦୁଝରରେ ୬, ମୟୂରଭଞ୍ଜରେ ୨୯, ନବରଙ୍ଗପୁରରେ ୩, ନୟାଗଡ଼ରେ ୨, ନୂଆପଡ଼ାରେ ୧୮, ପୁରୀରେ ୧୦, ରାୟଗଡ଼ାରେ ୪, ସମ୍ବଲପୁରରେ ୨୫, ସୋନପୁରରେ ୧ ଓ ସୁନ୍ଦରଗଡ଼ରେ ୩୫ ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି ଷ୍ଟେଟ୍‌ପୁଲ୍‌ରୁ ୧୨ ଜଣ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧ, ଦେବଗଡ଼, କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ କେହି ଚିହ୍ନଟ ହୋଇନାହାନ୍ତି।

୩୫୬ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୮୬୧ରେ ପହଞ୍ଚିଥିବା ବେଳେ ୩,୨୦,୯୪୭ ଜଣ ସୁସ୍ଥ ହୋଇସାରିଛନ୍ତି। ୩,୦୨୯ ଜଣ ଚିକିତ୍ସାଧୀନ ରହିଛନ୍ତି। ସେହିପରି ଏଯାଏ ରାଜ୍ୟରେ କରୋନାରେ ୧,୮୩୨ ଜଣଙ୍କ ମୃତ୍ୟୁ ଘଟିଛି।

Advertisment