coorona-07
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୫୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨୦୮ ଜଣ କ୍ୱାରେଣ୍ଟାଇନ୍ ଥିଲେ। ବାକି ୧୫୦ ଟି ହେଉଛି ଲୋକାଲ୍ କେସ୍। ୨୭ଟି ଜିଲ୍ଲା ଓ ଷ୍ଟେଟ୍ ପୁଲ୍ରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଗରେ ରହିଛି ଅନୁଗୁଳ ଜିଲ୍ଲା।
ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରେ ୩୫ , ବରଗଡ଼ରେ ୭ , ଭଦ୍ରକରେ୧ , ବଲାଙ୍ଗିରରେ ୧୩ , କଟକରେ ୨୮ , ଦେବଗଡ଼ରେ ୪, ଢେଙ୍କାନାଳରେ ୫, ଗଞ୍ଜାମରେ ୫ , ଗଜପତି ୪, ଜଗତସିଂହପୁରରେ ୪ , ଯାଜପୁରରେ ୧୫ , ଝାସୁଗୁଡ଼ାରେ ୬ , କଳାହାଣ୍ଡିରେ ୪ , କେନ୍ଦ୍ରାପଡ଼ାରେ ୧୧ , କେନ୍ଦୁଝରରେ ୮ , କୋରାପୁଟରେ ୮ , ଖୋର୍ଦ୍ଧାରେ ୩୬, ମୟୂରଭଞ୍ଜରେ ୧୭ , ନବରଙ୍ଗପୁରରେ ୬ , ନୟାଗଡ଼ରେ୧ , ନୂଆପଡ଼ାରେ ୨୬ , ପୁରୀରେ୧ , ରାୟଗଡ଼ାରେ୧, ସମ୍ବଲପୁରରେ ୨୧ ଓ ସୋନପୁରରେ ୧, ସୁନ୍ଦରଗଡ଼ରେ ୨୯ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍ରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୫୦୫ରେ ପହଞ୍ଚିଥିବା ବେଳେ ୩,୨୦,୫୮୪ ଜଣ ସୁସ୍ଥ ହୋଇସାରିଛନ୍ତି। ୩,୦୩୯ ଜଣ ଚିକିତ୍ସାଧୀନ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/12/coorona-07.jpg)