Advertisment

ଭୁବନେଶ୍ୱରର ୪୧ ବର୍ଷୀୟ ବ୍ୟକ୍ତିଙ୍କ ସମେତ ୪ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୮୦ରେ ପହଞ୍ଚିଯାଇଛି। ୪ ମୃତକଙ୍କ ମଧ୍ୟରେ ଜଣେ ୪୧ ବର୍ଷୀୟ ବ୍ୟକ୍ତି ଅଛନ୍ତି। ସେ ଭୁବନେଶ୍ୱରର ବାସିନ୍ଦା ଥିଲେ। ତାଙ୍କର ଡାଇବେଟିସ୍ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ରହିଥିଲା। ଖୋର୍ଦ୍ଧା ଜିଲ୍ଲାରୁ ଆଉ ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତାଙ୍କୁ […]

author-image
Jitendra Garnayak
ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍‌, ଚିହ୍ନଟ ହେଲେ ୨୪୨୩

corona-3

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୮୦ରେ ପହଞ୍ଚିଯାଇଛି।

Advertisment

୪ ମୃତକଙ୍କ ମଧ୍ୟରେ ଜଣେ ୪୧ ବର୍ଷୀୟ ବ୍ୟକ୍ତି ଅଛନ୍ତି। ସେ ଭୁବନେଶ୍ୱରର ବାସିନ୍ଦା ଥିଲେ। ତାଙ୍କର ଡାଇବେଟିସ୍ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ରହିଥିଲା। ଖୋର୍ଦ୍ଧା ଜିଲ୍ଲାରୁ ଆଉ ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତାଙ୍କୁ ୬୦ ବର୍ଷ ହୋଇଥିଲା।

ବଲାଙ୍ଗିର ଜିଲ୍ଲାରୁ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ରହିଥିଲା। କଟକ ଜିଲ୍ଲାରୁ ଜଣେ ୯୪ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଡାଇବେଟିସ୍ ସହିତ କିଡ୍ନୀ ସମ୍ବନ୍ଧୀୟ ସମସ୍ୟା ରହିଥିଲା। ତା’ସହିତ ତାଙ୍କର ଉଚ୍ଚ ରକ୍ତଚାପ ବି ଥିଲା।

Advertisment

ଆଉ ୨ ଜଣଙ୍କ ମୃତ୍ୟୁ ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨୬ ହୋଇଛି। ସେହିଭଳି କଟକରେ ଏହି ସଂଖ୍ୟା ୧୪୦ରେ ପହଞ୍ଚିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ୪୦ ହୋଇଛି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୧୧୭ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୩,୨୫,୭୩୩ ଜଣ ସୁସ୍ଥ ହୋଇସାରିଛନ୍ତି। ୨,୪୫୧ ଜଣ ଚିକିତ୍ସାଧୀନ ଅଛନ୍ତି।