Advertisment

ଭୁବନେଶ୍ୱରର ୩୫ ବର୍ଷୀୟ ଯୁବକଙ୍କ ସମେତ ୪ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ପୁଣି ୪ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୬୧ରେ ପହଞ୍ଚିଛି। ୪ ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ସେ କଳାହାଣ୍ଡି ଜିଲ୍ଲାର ଓ ତାଙ୍କୁ ୪୫ ବର୍ଷ ହୋଇଥିଲା। ସେ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ। ଭୁବନେଶ୍ୱରରେ ଜଣେ ୩୫ ବର୍ଷୀୟ ଯୁବକଙ୍କର ମୃତ୍ୟୁ ଘଟିଛି। […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଆଖି ବୁଜିଲେ ୩ କରୋନା ଆକ୍ରାନ୍ତ, ସମସ୍ତଙ୍କ ବୟସ ୭୦ ଉପରେ

corona-121-1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ପୁଣି ୪ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୬୧ରେ ପହଞ୍ଚିଛି।

Advertisment

୪ ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ସେ କଳାହାଣ୍ଡି ଜିଲ୍ଲାର ଓ ତାଙ୍କୁ ୪୫ ବର୍ଷ ହୋଇଥିଲା। ସେ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ।

ଭୁବନେଶ୍ୱରରେ ଜଣେ ୩୫ ବର୍ଷୀୟ ଯୁବକଙ୍କର ମୃତ୍ୟୁ ଘଟିଛି। ତାଙ୍କର ଅନ୍ୟ କୌଣସି ସମସ୍ୟା ନଥିଲା। ସୁନ୍ଦରଗଡ଼ରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ନୂଆପଡ଼ାରେ ଯେଉଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି, ତାଙ୍କୁ ୬୫ ବର୍ଷ ହୋଇଥିଲା। ସେ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ।

Advertisment

ଏହା ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୦ରେ ପହଞ୍ଚିଯାଇଥିବା ବେଳେ କଳାହାଣ୍ଡିରେ ୩୦, ସୁନ୍ଦରଗଡ଼ରେ ୧୬୫ ଓ ନୂଆପଡ଼ାରେ ୨୭ ହୋଇଛି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୫୦୪ ହୋଇଥିବା ବେଳେ ୩,୨୩,୭୪୯ ଜଣ ସୁସ୍ଥ ହୋଇଛନ୍ତି। ୨,୮୪୧ ଜଣ ଚିକିତ୍ସାଧୀନ ରହିଛନ୍ତି।