Advertisment

୩ ମହିଳାଙ୍କ ସମେତ ଚାଲିଗଲା ୪ ଜଣଙ୍କ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୮୫୭ରେ ପହଞ୍ଚିଛି। ବାଲେଶ୍ୱର, ଖୋର୍ଦ୍ଧା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ଲେଖାଏଁ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ମହିଳା। ବାଲେଶ୍ୱରରେ ଯେଉଁ ମହିଳାଙ୍କ ମୃତ୍ୟୁ ଘଟିଛି ତାଙ୍କୁ ୫୮ ବର୍ଷ ହୋଇଥିଲା ଓ ସେ […]

ଅଦ୍ୟତନ ହୋଇଛି
‘ଦେଶରେ କରୋନା ଏବେ ଗୋଷ୍ଠୀ ସଂକ୍ରମଣରେ ପହଞ୍ଚିଲାଣି’

corona-2.1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୮୫୭ରେ ପହଞ୍ଚିଛି।

Advertisment

ବାଲେଶ୍ୱର, ଖୋର୍ଦ୍ଧା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ଲେଖାଏଁ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ମହିଳା।

ବାଲେଶ୍ୱରରେ ଯେଉଁ ମହିଳାଙ୍କ ମୃତ୍ୟୁ ଘଟିଛି ତାଙ୍କୁ ୫୮ ବର୍ଷ ହୋଇଥିଲା ଓ ସେ ଉଚ୍ଚ ରକ୍ତଚାପ ସହିତ ଅନ୍ୟ ସମସ୍ୟାରେ ବି ପୀଡ଼ିତ ଥିଲେ। ଖୋର୍ଦ୍ଧା ଜିଲ୍ଲାରେ ଯେଉଁ ମହିଳାଙ୍କ ମୃତ୍ୟୁ ଘଟିଛି, ସେ ଭୁବନେଶ୍ୱରର ବାସିନ୍ଦା ଥିଲେ। ତାଙ୍କୁ ୫୫ ବର୍ଷ ହୋଇଥିଲା। ତାଙ୍କର ଡାଇବେଟିସ୍‌ ସମ୍ବନ୍ଧୀୟ ସମସ୍ୟା ବି ରହିଥିଲା।

Advertisment

ମୟୂରଭଞ୍ଜରେ ଜଣେ ୫୭ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି। ତାଙ୍କର କିଡ୍‌ନୀ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ରହିଥିଲା। ସୁନ୍ଦରଗଡ଼ରେ ଯେଉଁ ମହିଳାଙ୍କ ମୃତ୍ୟୁ ଘଟିଛି ତାଙ୍କୁ ୭୧ ବର୍ଷ ହୋଇଥିଲା। ସେ ହୃଦରୋଗରେ ପୀଡ଼ିତ ଥିଲେ।

ଏହା ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୧୯ରେ ପହଞ୍ଚିଥିବା ବେଳେ ବାଲେଶ୍ୱରରେ ୯୩, ମୟୂରଭଞ୍ଜରେ ୮୯ ଓ ସୁନ୍ଦରଗଡ଼ରେ ୧୬୪ ହୋଇଛି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୨୦୧ରେ ପହଞ୍ଚିଥିବା ବେଳେ ୩,୨୩,୩୭୮ ଜଣ ସୁସ୍ଥ ହୋଇସାରିଛନ୍ତି। ୨,୯୧୩ ଜଣ ଚିକିତ୍ସାଧୀନ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe