Advertisment

୪ ବ୍ରିଟେନ ଫେରନ୍ତାଙ୍କ ପତ୍ତା ମିଳୁନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବ୍ରିଟେନରୁ ଫେରିଥିବା ୬୨ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ପତ୍ତା ମିଳୁନି। ବିଏମ୍‌ସି ଅଞ୍ଚଳକୁ ବ୍ରିଟେନରୁ ମୋଟ ୬୨ ଜଣ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଠାବ କରାଯାଇ ପାରି ନାହିଁ। ଏହା କହିଛନ୍ତି ଖୋଦ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । କିନ୍ତୁ ଖୋଜାଖୋଜି ଜୋରସୋରରେ ଚାଲିଥିବା ବେଳେ ସନ୍ଧ୍ୟା ସୁଦ୍ଧା ସେମାନଙ୍କ ପତ୍ତା ମିଳିଯିବ ବୋଲି କହିଛନ୍ତି କମିଶନର । କମିଶନରଙ୍କ କହିବାନୁଯାୟୀ, ୮୮ ବ୍ରିଟେନ ଫେରନ୍ତାଙ୍କ ତାଲିକା […]

୪ ବ୍ରିଟେନ ଫେରନ୍ତାଙ୍କ ପତ୍ତା ମିଳୁନି

uk

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବ୍ରିଟେନରୁ ଫେରିଥିବା ୬୨ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ପତ୍ତା ମିଳୁନି। ବିଏମ୍‌ସି ଅଞ୍ଚଳକୁ ବ୍ରିଟେନରୁ ମୋଟ ୬୨ ଜଣ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଠାବ କରାଯାଇ ପାରି ନାହିଁ। ଏହା କହିଛନ୍ତି ଖୋଦ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । କିନ୍ତୁ ଖୋଜାଖୋଜି ଜୋରସୋରରେ ଚାଲିଥିବା ବେଳେ ସନ୍ଧ୍ୟା ସୁଦ୍ଧା ସେମାନଙ୍କ ପତ୍ତା ମିଳିଯିବ ବୋଲି କହିଛନ୍ତି କମିଶନର ।

Advertisment

କମିଶନରଙ୍କ କହିବାନୁଯାୟୀ, ୮୮ ବ୍ରିଟେନ ଫେରନ୍ତାଙ୍କ ତାଲିକା ମିଳିଥିବା ବେଳେ ସେଥିମଧ୍ୟରୁ କିଛି ନାଁ ରିପିଟ୍‌ ଥିଲା।  ବିଏମ୍‌ସି ଅଞ୍ଚଳକୁ ମୋଟ ୬୨ ଜଣ ବ୍ରିଟେନରୁ ଆସିଛନ୍ତି।  ୬୨ରୁ ୪ ଜଣଙ୍କୁ ଠାବ ହୋଇପାରି ନାହାନ୍ତି। ଏଯାବତ ୫୦ ଜଣଙ୍କ ଟେଷ୍ଟିଂ ଶେଷ ହୋଇଛି, ବାକି ଟେଷ୍ଟ ଆଜି କରାଯିବ। ରିପୋର୍ଟ ପଜିଟିଭ ଆସିଲେ ସାମ୍ପଲ ପରୀକ୍ଷା ପାଇଁ ପୁନେ ପଠାଯିବ ବୋଲି କହିଛନ୍ତି କମିଶନର।

ସୂଚନାଯୋଗ୍ୟ, ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ନୂଆବର୍ଷ ପୂର୍ବରୁ ଭାରତରେ କରୋନା ନୂଆ  ଷ୍ଟ୍ରେନ୍ ଦ୍ୱାରା ଆକ୍ରାନ୍ତ ୨୦ଟି ମାମଲା ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି।  ଏହି ଭାଇରସ୍ ୭୦ ପ୍ରତିଶତ ଅଧିକ ଦ୍ରୁତରେ ବ୍ୟାପିଥାଏ  ବୋଲି ବୈଜ୍ଞାନିକମାନେ କହି ସାରିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହା ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି।

Advertisment

ଅପରପକ୍ଷେ, ଭୁବନେଶ୍ୱରରେ ପହଞ୍ଚିଥିବା ୩  ବ୍ରିଟେନ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ସେମାନେ ନୂଆ ଷ୍ଟ୍ରେନ ଦ୍ୱାରା ଆକ୍ରାନ୍ତ କି ନାହିଁ ଜାଣିବା ପାଇଁ ସେମାନଙ୍କ ନମୁନା ପରୀକ୍ଷା ପାଇଁ ପୁନେ ପଠାଯାଇଛି ବୋଲି ଗତକାଲି  ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଥିଲେ। ।

ଏପରି ସ୍ଥିତିରେ ନଭେମ୍ବର ୩୦ ତାରିଖ ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଲଣ୍ଡନରୁ ୧୮୧ଜଣ ଯାତ୍ରୀ ଓଡ଼ିଶାକୁ ଫେରିଛନ୍ତି।  ବହୁ ବ୍ରିଟେନ ଫେରନ୍ତାଙ୍କ ତଥ୍ୟ ମିଳିପାରୁ ନ ଥିବାରୁ  ସେମାନଙ୍କୁ ନିଜ ଆଡ଼ୁ ତଥ୍ୟ ଦେବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର  ନିଜ  ଅନୁରୋଧ କରିଛନ୍ତି।  ବ୍ରିଟେନରୁ ଫେରିବା ପରେ ସେମାନେ ଦେଇଥିବା ମୋବାଇଲ ନଂ ଭୁଲ ରହିଛି। ୧୮ଟି ଜିଲ୍ଲାର ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭୁବନେଶ୍ୱରର। BMC ପକ୍ଷରୁ  ସେମାନଙ୍କୁ ଖୋଜାଖୋଜି ଆରମ୍ଭ ହୋଇଥିବା ବେଳେ ଏଯାବତ ୪ ଜଣଙ୍କ ପତ୍ତା ମିଳିପାରିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe