corona-34
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୪୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଏହି ୪୦୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୪ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୭୫ଟି ହେଉଛି ଲୋକାଲ୍ କେସ୍। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫୩ ଜଣ ଚିହ୍ନଟ ହୋଇଛନ୍ତି। ତା’ତଳକୁ ରହିଛି ଖୋର୍ଦ୍ଧା। ଏହି ଜିଲ୍ଲାରୁ ୪୪ ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି ଅନୁଗୋଳ ଜିଲ୍ଲାରୁ ୩୫ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୯, ବରଗଡ଼ରୁ ୨୨, ଭଦ୍ରକରୁ ୧୦, ବଲାଙ୍ଗିରରୁ ୩୨, ବୌଦ୍ଧରୁ ଜଣେ, କଟକରୁ ୩୪, ଦେବଗଡ଼ରୁ ୨, ଢେଙ୍କନାଳରୁ ଜଣେ, ଗଞ୍ଜାମରୁ ୪, ଜଗତସିଂହପୁରରୁ ୧୫, ଯାଜପୁରରୁ ୭, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୧୭. କେନ୍ଦ୍ରାପଡ଼ାରୁ ୧୬, କେନ୍ଦୁଝରରୁ ୧୦, କୋରାପୁଟରୁ ୩, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୨୫, ନବରଙ୍ଗପୁର ଜିଲ୍ଲାରୁ ୫, ନୟାଗଡ଼ରୁ ୨, ନୂଆପଡ଼ାରୁ ୧୧, ପୁରୀରୁ ୧୪, ରାୟଗଡ଼ାରୁ ୪ ଓ ସମ୍ବଲପୁରରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି।
ଗଜପତି, କନ୍ଧମାଳ ଓ ସୋନପୁର ଜିଲ୍ଲାରୁ ଜଣେ ବି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।
୪୦୯ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୮୦୩ ରେ ପହଞ୍ଚିଥିବା ବେଳେ ୩,୧୪,୬୬୫ ଜଣ ସୁସ୍ଥ ହୋଇସାରିଛନ୍ତି। ୪,୩୨୦ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନାରେ ୧୭୬୫ ଜଣଙ୍କ ମୃତ୍ୟୁ ଘଟିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/11/corona-34-1.jpg)