corona-2.4
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୪୩୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୨୪୯ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୮୫ଟି ହେଉଛି ଲୋକାଲ୍ କେସ୍।
ଏହି ୪୩୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୪ ଜଣ ଅଛନ୍ତି। ତେବେ ଗଜପତି ଓ କନ୍ଧମାଳ ଜିଲ୍ଲାରୁ ଜଣେ ହେଲେ ବି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।
ଅନୁଗୋଳରୁ ୪୫ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ୧୦, ବରଗଡ଼ରୁ ୨୩, ଭଦ୍ରକରୁ ୮, ବଲାଙ୍ଗିରରୁ ୨୯, ବୌଦ୍ଧରୁ ୩ , କଟକରୁ ୨୮, ଦେବଗଡ଼ରୁ ୧, ଢେଙ୍କାନାଳରୁ ୨, ଗଞ୍ଜାମରୁ ୯, ଜଗତସିଂହପୁରରୁ ୯, ଯାଜପୁରରୁ ୧୬, ଝାରସୁଗୁଡ଼ାରୁ ୭, କଳାହାଣ୍ଡିରୁ ୮, କେନ୍ଦ୍ରାପଡ଼ାରୁ ୮, କେନ୍ଦୁଝରରୁ ୨୫, କୋରାପୁଟରୁ ୬, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୨୭, ନବରଙ୍ଗପୁରରୁ ୨, ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ୩୦, ପୁରୀରୁ ୧୯, ରାୟଗଡ଼ାରୁ ୧, ସମ୍ବଲପୁରରୁ ୮ ଓ ସୁନ୍ଦରଗଡ଼ରୁ ୪୧ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି।
ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୦୧୭ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୩,୧୩,୩୯୪ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୪,୮୧୫ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନାରେ ୧୭୫୫ ଜଣଙ୍କ ମୃତ୍ୟୁ ଘଟିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/11/corona-2.4.jpg)