Advertisment

ରାଜ୍ୟରେ କମୁଛି କରୋନା କୋପ; ଆଖି ବୁଜିଲେ ୫ ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କମିବାରେ ଲାଗିଛି କରୋନା କୋପ। କରୋନା ଆକ୍ରାନ୍ତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଏବେ ତଳମୁହାଁ ହୋଇଛି।  ପ୍ରତିଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟ ୧୦ ଉପରେ ରହୁଥିବା ଗତ କିଛି ଦିନ ଧରି ଏଥିରେ ବ୍ରେକ ଲାଗିଛି ।  ରାଜ୍ୟରେ ୩୭୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଖି ବୁଜିଛନ୍ତି ୫ ଆକ୍ରାନ୍ତ।  ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୧୭୩୯ରେ ପହଞ୍ଚିଥିବା ରାଜ୍ୟ ସ୍ୱାସ୍ଥ୍ୟ […]

ରାଜ୍ୟରେ କମୁଛି କରୋନା କୋପ; ଆଖି ବୁଜିଲେ ୫ ଆକ୍ରାନ୍ତ

ccccddd

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କମିବାରେ ଲାଗିଛି କରୋନା କୋପ। କରୋନା ଆକ୍ରାନ୍ତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଏବେ ତଳମୁହାଁ ହୋଇଛି।  ପ୍ରତିଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟ ୧୦ ଉପରେ ରହୁଥିବା ଗତ କିଛି ଦିନ ଧରି ଏଥିରେ ବ୍ରେକ ଲାଗିଛି ।  ରାଜ୍ୟରେ ୩୭୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଖି ବୁଜିଛନ୍ତି ୫ ଆକ୍ରାନ୍ତ।  ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୧୭୩୯ରେ ପହଞ୍ଚିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।

Advertisment

ରାଜ୍ୟରେ ୫ ମୃତକଙ୍କ ମଧ୍ୟରେ ପୁରୀ ଜିଲ୍ଲାରୁ କେବଳ ୩ ଜଣ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବୃଦ୍ଧା ଥିବା ବେଳେ  ଜଣେ ବୃଦ୍ଧ ଓ ଜଣେ ଯୁବକ ଅଛନ୍ତି। ଏହାବ୍ୟତୀତ ଜଗତସିଂହପୁର ଜିଲ୍ଲାରୁ ଜଣେ ଯୁବକଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ବୃଦ୍ଧ କରୋନା ଯୋଗୁ ଆଖି ବୁଜିଛନ୍ତି।

ମୃତକଙ୍କ ମଧ୍ୟରେ ଜଗତସିଂହପୁର ଜିଲ୍ଲାର ଜଣେ ୩୯ ବର୍ଷ ବୟସ୍କ ଯୁବକ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ୬୮ ବର୍ଷ ବୟସ୍କ ବୃଦ୍ଧ ଅଛନ୍ତି।

Advertisment

ଏହାବ୍ୟତୀତ ପୁରୀ ଜିଲ୍ଲାର ଜଣେ ୩୬ ବର୍ଷୀୟ ଯୁବକ, ଜଣେ ୬୫ ବର୍ଷ ବୟସ୍କା ବୃଦ୍ଧା ଓ ଜଣେ ୭୮ ବର୍ଷ ବୟସ୍କ ବୃଦ୍ଧ କରୋନା ଯୋଗୁ ଆଖି ବୁଜିଛନ୍ତି। କରୋନାରେ ପ୍ରାଣ ହରାଇଥିବା ୭୮ ବର୍ଷ ବୟସ୍କ ବୃଦ୍ଧ ମଧୁମେହ ସମେତ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ ବୋଲି ଜଣାଯାଇଛି

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe