Advertisment

ରାଜ୍ୟରେ ୬୪୨ କରୋନା ଆକ୍ରାନ୍ତ ଚିହ୍ନଟ, କେନ୍ଦୁଝରରୁ ୭୦

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଗ୍ରାଫ୍‌ ଏବେ ତଳମୁହାଁ ହୋଇଥିବା ସତ୍ତ୍ୱେ କମୁନି ମୃତ୍ୟୁର ତାଣ୍ଡବ ।  ସମଗ୍ର ରାଜ୍ୟରେ ୬୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୩୭୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୬୮ଟି ହେଉଛି ଲୋକାଲ କେସ୍‌। ଏଥିସହ ରାଜ୍ୟରେ କରୋନା ଯୋଗୁ ଆଉ ୧୪ ଜଣ ଆଖି ବୁଜିଛନ୍ତି। ଗତକାଲି ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସ୍ଥାନରେ ରହିଛି କେନ୍ଦୁଝର ଜିଲ୍ଲା। […]

ଅଦ୍ୟତନ ହୋଇଛି
ରାଜ୍ୟରେ ୬୪୨ କରୋନା ଆକ୍ରାନ୍ତ ଚିହ୍ନଟ, କେନ୍ଦୁଝରରୁ  ୭୦

corona-2.1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଗ୍ରାଫ୍‌ ଏବେ ତଳମୁହାଁ ହୋଇଥିବା ସତ୍ତ୍ୱେ କମୁନି ମୃତ୍ୟୁର ତାଣ୍ଡବ ।  ସମଗ୍ର ରାଜ୍ୟରେ ୬୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୩୭୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୬୮ଟି ହେଉଛି ଲୋକାଲ କେସ୍‌। ଏଥିସହ ରାଜ୍ୟରେ କରୋନା ଯୋଗୁ ଆଉ ୧୪ ଜଣ ଆଖି ବୁଜିଛନ୍ତି।

Advertisment

ଗତକାଲି ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସ୍ଥାନରେ ରହିଛି କେନ୍ଦୁଝର ଜିଲ୍ଲା। କେନ୍ଦୁଝର ଜିଲ୍ଲାରୁ ସର୍ବାଧିକ ୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ା ଜିଲ୍ଲାରୁ ୬୯ ଓ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୬୨ ଆକ୍ରାନ୍ତ। ଗଜପତି, ନୟାଗଡ଼ ଓ ସୋନପୁର ଜିଲ୍ଲାରୁ ସର୍ବନିମ୍ନ ୨ ଜଣ ଲେଖା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୋଳରେ ୪୬ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରେ ୨୫, ବରଗଡ଼ରେ ୧୫, ଭଦ୍ରକରେ ୨୦, ବଲାଙ୍ଗିରରେ ୧୬, ବୌଦ୍ଧରେ ୩, କଟକରେ ୨୬, ଦେବଗଡ଼ରେ ୪, ଢେଙ୍କାନାଳରେ ୧୬, ଗଞ୍ଜାମରେ ୬, ଜଗତସିଂହପୁରରେ ୧୮, ଯାଜପୁରରେ ୧୫, ଝାରସୁଗୁଡ଼ାରେ ୨୧, କଳାହାଣ୍ଡିରେ ୭, କନ୍ଧମାଳରେ ୩, କେନ୍ଦ୍ରାପଡ଼ାରେ ୧୬, କେନ୍ଦୁଝରରେ ୭୦, କୋରାପୁଟରେ ୧୦, ମାଲକାନଗିରିରେ ୪, ମୟୂରଭଞ୍ଜରେ ୪୧, ନବରଙ୍ଗପୁରରେ ୪, ପୁରୀରେ ୧୭, ରାୟଗଡ଼ାରେ ୫, ସମ୍ବଲପୁରରେ ୧୯, ସୋନପୁରରେ ୨ ଓ ସୁନ୍ଦରଗଡ଼ରେ ୬୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲରୁ ୧୨ ଜଣ ଚିହ୍ନଟ ହୋଇଛନ୍ତି।

Advertisment

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩, ୧୫,୨୭୧ରେ ପହଞ୍ଚିଥିବା ବେଳେ ୩୦୬୭୨୬ ଜଣ ସୁସ୍ଥ ହୋଇସାରିଲେଣି। ରାଜ୍ୟରେ ଏବେ ୬୮୨୧ ଆକ୍ଟିଭ କେସ୍‌ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୬୭୧ରେ ପହଞ୍ଚିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe