Advertisment

ରାଜ୍ୟରେ ୬୪୪ କରୋନା ଆକ୍ରାନ୍ତ ଚିହ୍ନଟ; ଆଗରେ କଟକ, ଖୋର୍ଦ୍ଧାରେ ୫୦ ତଳକୁ ଖସିଲା ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୬୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ଅବଶିଷ୍ଟ ୨୭୫ଟି ହେଉଛନ୍ତି ଲୋକାଲ୍ କେସ୍‌। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା ୫୦ ତଳକୁ ଖସିଛି। ଏହି ଜିଲ୍ଲାରୁ ୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଆଗରେ ରହିଛି କଟକ ଜିଲ୍ଲା। ଏହି ଜିଲ୍ଲାରୁ ସର୍ବାଧିକ ୬୪ ଆକ୍ରାନ୍ତ […]

author-image
Niharika Rout
ଅଦ୍ୟତନ ହୋଇଛି
ରାଜ୍ୟରେ ଆଖି ବୁଜିଲେ ୧୨ କରୋନା ଆକ୍ରାନ୍ତ

coronavvrus

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୬୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ଅବଶିଷ୍ଟ ୨୭୫ଟି ହେଉଛନ୍ତି ଲୋକାଲ୍ କେସ୍‌। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା ୫୦ ତଳକୁ ଖସିଛି। ଏହି ଜିଲ୍ଲାରୁ ୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଆଗରେ ରହିଛି କଟକ ଜିଲ୍ଲା। ଏହି ଜିଲ୍ଲାରୁ ସର୍ବାଧିକ ୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି। ଅନୁଗୁଳ ଜିଲ୍ଲାରେ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ସବୁ ଜିଲ୍ଲାରେ ଏହି ସଂଖ୍ୟା ୫୦ ତଳକୁ ରହିଛି।

ଏଯାବତ୍‌ ରାଜ୍ୟରେ ସମୁଦାୟ  ୩,୧୬୬୪୫  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦୮୧୦୨  ସୁସ୍ଥ ହୋଇସାରିଲେଣି। ଏହାବ୍ୟତୀତ ରାଜ୍ୟରେ ଏବେ ୬୭୮୬ ଆକ୍ଟିଭ କେସ୍‌ ରହିଛି ।

Advertisment

କରୋନା ଗ୍ରାଫ୍‌ ଦିନକୁ ଦିନ ତଳକୁ ଖସୁଥିବା ବେଳେ ରାଜ୍ୟରେ କରୋନା ମୃତ୍ୟୁ ଗ୍ରାଫ୍‌ କିନ୍ତୁ ତଳମୁହାଁ ହେବା ନାଁ ଧରୁନି। ଦୈନିକ ୧୫ରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଆଖି ବୁଜୁଥିବା ବେଳେ ଏବେ ଏହି ସଂଖ୍ୟା ୧୭ଶହ ପାର କରିସାରିଛି।