Advertisment

ଆଜି ବି ଶହେ ତଳେ ସଂକ୍ରମିତ,୧୨ ଜିଲ୍ଲାରେ ଶୂନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଧୀରେ ଧୀରେ ରାଜ୍ୟରେ କମୁଛି କରୋନାର ପ୍ରଭାବ। ଲଗାତର ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ ଶହେ ତଳେ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଓଡ଼ିଶାର ଷ୍ଟେଟ ପୁଲ ଓ ୧୮ଟି ଜିଲ୍ଲାରୁ ୭୧ଟି ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୧ ଓ ଲୋକାଲ କେସ୍ ୨୯ଟି ରହିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲା ସବୁଠୁ ଆଗରେ ରହିଛି। ଜିଲ୍ଲାରୁ ସର୍ବାଧିକ ୧୧ […]

author-image
Madhupriya Mistry
ଆଜି ବି ଶହେ ତଳେ ସଂକ୍ରମିତ,୧୨ ଜିଲ୍ଲାରେ ଶୂନ

corona

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଧୀରେ ଧୀରେ ରାଜ୍ୟରେ କମୁଛି କରୋନାର ପ୍ରଭାବ। ଲଗାତର ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ ଶହେ ତଳେ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଓଡ଼ିଶାର ଷ୍ଟେଟ ପୁଲ ଓ ୧୮ଟି ଜିଲ୍ଲାରୁ ୭୧ଟି ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୧ ଓ ଲୋକାଲ କେସ୍ ୨୯ଟି ରହିଛି।

Advertisment

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲା ସବୁଠୁ ଆଗରେ ରହିଛି। ଜିଲ୍ଲାରୁ ସର୍ବାଧିକ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୭, ବାଲେଶ୍ୱର, ବରଗଡ, କଟକ, ପୁରୀ ଓ ସମ୍ବଲପୁରରୁ ୬ ଜଣ ଲଖାଏଁ, ନୂଆପଡାରୁ ୫, ଯାଜପୁର ଓ କଳାହାଣ୍ଡିରୁ ୩ଜଣ ଲେଖାଏଁ, ଅନୁଗୁଳ, ବଲାଙ୍ଗିର, କେନ୍ଦୁଝରରୁ ୨ଜଣ ଲଖାଏଁ, ବୌଦ୍ଧ, ଢ଼େଙ୍କାନାଳ, ଝାରସୁଗୁଡା, କେନ୍ଦ୍ରାପଡା, ରାୟଗଡା ଓ ଷ୍ଟେଟପୁଲରୁ ଜଣେ ଲଖାଏଁ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୫୨୮୨ରେ ପହଁଚିଛି। ଏଥିରୁ ୯୪୬ଟି ଆକ୍ଟିଭ କେସ୍ ରହିଛି।  ସେହିପରି ୩୩୨୩୭୭ ସୁସ୍ଥ ହୋଇଛନ୍ତି। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୦୬ ରହିଛି।

Advertisment