Advertisment

୧୯ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୭୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୪ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୨୮ଟି ହେଉଛି ଲୋକାଲ୍ କେସ୍। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆଜି ଦିଆଯାଇଥିବା ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ୧୯ଟି ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ଏହି ନୂଆ କରୋନା ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୧ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୋଳରୁ ୨ ଜଣ […]

ଅଦ୍ୟତନ ହୋଇଛି
୧୯ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

corona-vvirus

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୭୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୪ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୨୮ଟି ହେଉଛି ଲୋକାଲ୍ କେସ୍। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆଜି ଦିଆଯାଇଥିବା ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି।

Advertisment

୧୯ଟି ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ଏହି ନୂଆ କରୋନା ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୧ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୬, ବରଗଡ଼ରୁ ୬, ଭଦ୍ରକରୁ ଜଣେ, ବଲାଙ୍ଗିରରୁ ୨, କଟକରୁ ୪, ଦେବଗଡ଼ରୁ ୨, ଢେଙ୍କାନାଳରୁ ଜଣେ, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୩, ଝାରସୁଗୁଡ଼ାରୁ ୬, ଖୋର୍ଦ୍ଧାରୁ ୪, ମୟୂରଭଞ୍ଜରୁ ୭, ନୂଆପଡ଼ାରୁ ୨, ପୁରୀରୁ ୮, ରାୟଗଡ଼ାରୁ ୨, ସମ୍ବଲପୁରରୁ ୨ ଓ ସୋନପୁରରୁ ଜଣେ ଚିହ୍ନଟ ହୋଇଛନ୍ତି।

Advertisment

୭୨ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୩,୩୫,୬୯୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩,୩୨,୯୪୮ ଜଣ ସୁସ୍ଥ ହୋଇସାରିଛନ୍ତି। ୭୮୧ ଜଣ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ୧,୯୦୯ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe