Advertisment

୧୮ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୭୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୯ଟି ହେଉଛି ଲୋକାଲ୍ କେସ୍‌। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆଜି ଦିଆଯାଇଥିବା ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ୧୮ଟି ଜିଲ୍ଲାରୁ ଏହି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୪ ଜଣ ଚିହ୍ନ ହୋଇଛନ୍ତି। ସେହିପରି ଅନୁଗୋଳରୁ ୧୦ ଜଣ ଚିହ୍ନଟ ହୋଇଥିବା […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଲଗାତାର ତୃତୀୟ ଦିନ ପାଇଁ ରାଜ୍ୟରେ ୨୦୦ରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ, ୭ଟି ଜିଲ୍ଲାରୁ କେହି ନାହାନ୍ତି

Corona

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୭୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୯ଟି ହେଉଛି ଲୋକାଲ୍ କେସ୍‌। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆଜି ଦିଆଯାଇଥିବା ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି।

Advertisment

୧୮ଟି ଜିଲ୍ଲାରୁ ଏହି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୪ ଜଣ ଚିହ୍ନ ହୋଇଛନ୍ତି। ସେହିପରି ଅନୁଗୋଳରୁ ୧୦ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୫, ବରଗଡ଼ରୁ ୪, ବଲାଙ୍ଗିରରୁ ୨, ବୌଦ୍ଧରୁ ଜଣେ, କଟକରୁ ୫, ଦେବଗଡ଼ରୁ ଜଣେ, ଗଜପତିରୁ ୨, ଗଞ୍ଜାମରୁ ୪, ଯାଜପୁରରୁ ୩, ଝାରସୁଗୁଡ଼ାରୁ ୭, କଳାହାଣ୍ଡିରୁ ୩, ଖୋର୍ଦ୍ଧାରୁ ଜଣେ, ମୟୂରଭଞ୍ଜରୁ ୪, ନବରଙ୍ଗପୁରରୁ ଜଣେ, ପୁରୀରୁ ୩ ଓ ସମ୍ବଲପୁରରୁ ୨ ଜଣ ଚିହ୍ନଟ ହୋଇଛନ୍ତି।

ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ନୟାଗଡ଼, ନୂଆପଡ଼ା, ରାୟଗଡ଼ା ଓ ସୋନପୁର ଜିଲ୍ଲାରୁ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।

Advertisment

୭୨ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫,୬୨୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩,୩୨,୮୪୨ ଜଣ ସୁସ୍ଥ ହୋଇସାରିଛନ୍ତି। ୮୧୬ ଜଣଙ୍କ ଚିକିତ୍ସା ଚାଲିଛି। ଅନ୍ୟପକ୍ଷରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୦୯ ରହିଛି।