Advertisment

ରାଜ୍ୟରେ ନୂଆ ୭୩୦ କରୋନା ଆକ୍ରାନ୍ତ ଚିହ୍ନଟ, ଆଗରେ ମୟୂରଭଞ୍ଜ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ  ନୂଆ ୭୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୧୧ ହେଉଛି ଲୋକାଲ୍ କେସ୍‌।  ଗତ ୨ ଦିନ ଧରି ନୂଆପଡ଼ା ଓ କେନ୍ଦୁଝର ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ଆଗରେ ରହିଛି ମୟୂରଭଞ୍ଜ ଜିଲ୍ଲା। ଆଦିବାସୀ ଏହି ଜିଲ୍ଲାରୁ ସର୍ବାଧିକ ୬୮ କରୋନା […]

author-image
Niharika Rout
ଅଦ୍ୟତନ ହୋଇଛି
ରାଜ୍ୟରେ ନୂଆ ୭୩୦ କରୋନା ଆକ୍ରାନ୍ତ ଚିହ୍ନଟ, ଆଗରେ ମୟୂରଭଞ୍ଜ

4-coorona

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ  ନୂଆ ୭୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୧୧ ହେଉଛି ଲୋକାଲ୍ କେସ୍‌। 

Advertisment

ଗତ ୨ ଦିନ ଧରି ନୂଆପଡ଼ା ଓ କେନ୍ଦୁଝର ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ଆଗରେ ରହିଛି ମୟୂରଭଞ୍ଜ ଜିଲ୍ଲା। ଆଦିବାସୀ ଏହି ଜିଲ୍ଲାରୁ ସର୍ବାଧିକ ୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତା’ ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଏହି ଜିଲ୍ଲାରୁ ୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲାରୁ ୫୭, ବାଲେଶ୍ୱରରୁ ୫୩, କଟକରୁ ୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରୁ ସର୍ବନିମ୍ନ ଜଣେ ଲେଖା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

ଏଥିସହ ରାଜ୍ୟରେ ସମୁଦାୟ ୩,୧୬,୦୦୧  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ୩୦୭୩୭୪  ଜଣ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ୬୮୮୭  ଆକ୍ଟିଭ କେସ୍‌ ରହିଛି। 

Advertisment