Advertisment

ପୁଣି ହଜାରେ ତଳକୁ ଖସିଲା ସଂଖ୍ୟା, ରାଜ୍ୟରେ ୯୮୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ  ୯୮୬  ନୂଆ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ୫୭୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୧୪ ହେଉଛି ଲୋକାଲ୍ କେସ୍‌। Covid-19 Report For 11th November New Positive Cases: 986 In Quarantine: 572 Local Contacts: 414 (Details of local contacts will be shared by concerned […]

author-image
Niharika Rout
ଅଦ୍ୟତନ ହୋଇଛି
ପୁଣି ହଜାରେ ତଳକୁ ଖସିଲା ସଂଖ୍ୟା, ରାଜ୍ୟରେ ୯୮୬ ଆକ୍ରାନ୍ତ ଚିହ୍ନଟ

corona-3.4

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ  ୯୮୬  ନୂଆ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ୫୭୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୧୪ ହେଉଛି ଲୋକାଲ୍ କେସ୍‌।

Advertisment

ଖୋର୍ଦ୍ଧାରେ ସର୍ବାଧିକ ୧୧୨ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୧ ଓ ସୁନ୍ଦରଗଡ଼ରୁ ୮୦ ଜଣ ଚିହ୍ନଟ ହୋଇଛନ୍ତି।

Advertisment

ରାଜ୍ୟରେ ୩,୦୫,୯୮୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨,୯୨,୪୭୭ ଜଣ ସୁସ୍ଥ ହୋଇସାରିଲେଣି। ୧୧,୯୭୩ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନାରେ ୧୪୮୩ ଜଣଙ୍କ ମୃତ୍ୟୁ ଘଟିଲାଣି।

ଗତ ୧୦ ତାରିଖରେ ଆସିଥିବା ରିପୋର୍ଟ ଅନୁସାରେ ୯ ତାରିଖରେ ରାଜ୍ୟରେ ହଜାରେରୁ କମ୍‌ (୯୮୭ ଜଣ) କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।