Advertisment

୭ ମାସ ପରେ ରାଜ୍ୟରେ ୧୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତ୍ୟେକ ଦିନ ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ଆସିଥିବା ରିପୋର୍ଟ ଅନୁଯାୟୀ ଏହି ସଂଖ୍ୟା ୧୦୦ ତଳକୁ ଖସିଛି। ୭ ମାସ (୨୦୨୦ ଜୁନ୍‌ ୬) ପରେ ପ୍ରଥମ ଥର ରାଜ୍ୟରେ ୧୦୦ ତଳକୁ ଖସିଛି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୯୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୧ଟି ହେଉଛି ଲୋକାଲ୍ କେସ୍‌। ୧୯ଟି ଜିଲ୍ଲା […]

author-image
Jitendra Garnayak
ଅଦ୍ୟତନ ହୋଇଛି
୨୩ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

corona

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତ୍ୟେକ ଦିନ ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ଆସିଥିବା ରିପୋର୍ଟ ଅନୁଯାୟୀ ଏହି ସଂଖ୍ୟା ୧୦୦ ତଳକୁ ଖସିଛି। ୭ ମାସ (୨୦୨୦ ଜୁନ୍‌ ୬) ପରେ ପ୍ରଥମ ଥର ରାଜ୍ୟରେ ୧୦୦ ତଳକୁ ଖସିଛି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୯୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୧ଟି ହେଉଛି ଲୋକାଲ୍ କେସ୍‌।

Advertisment

୧୯ଟି ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୦ ଜଣ ଅଛନ୍ତି। ୧୧ଟି ଜିଲ୍ଲାରୁ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।

ଅନୁଗୋଳ ଜିଲ୍ଲାରୁ ୬ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୭, ବରଗଡ଼ରୁ ୩, ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ଜଣେ, କଟକରୁ ୮, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ଜଣେ, ଯାଜପୁରରୁ ୪, ଝାରସୁଗୁଡ଼ାରୁ ଜଣେ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ୧୪, କୋରାପୁଟରୁ ଜଣେ, ମୟୂରଭଞ୍ଜରୁ ୩, ନୂଆପଡ଼ାରୁ ୮. ପୁରୀରୁ ୪, ରାୟଗଡ଼ାରୁ ୩ ଓ ସମ୍ବଲପୁରରୁ ୯ ଜଣ ଚିହ୍ନଟ ହୋଇଛନ୍ତି।

Advertisment

ଷ୍ଟେଟ୍‌ ପୁଲ୍‌ରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ, ଦେବଗଡ଼, ଗଜପତି, ଜଗତସିଂହପୁର, କଳାହାଣ୍ଡି, କେନ୍ଦୁଝର, କେନ୍ଦ୍ରାପଡ଼ା, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼ ଓ ସୋନପୁର ଜିଲ୍ଲାରୁ ଜଣେ ବି ଚିହ୍ନଟ ହୋଇ ନାହାନ୍ତି।

୯୯ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୫୨୯ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୩,୩୧,୨୮୪ ଜଣ ସୁସ୍ଥ ହୋଇସାରିଛନ୍ତି। ୧,୨୮୬ ଜଣ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୦୬ରେ ପହଞ୍ଚି ଯାଇଛି।

୭ ମାସ ପରେ ୧୦୦ ତଳକୁ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରେ କୋଭିଡ୍ ଯୋଦ୍ଧାମାନଙ୍କୁ ଶୁଭେଚ୍ଛା ଜଣାଇଛି ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ। କୋଭିଡ ଯୋଦ୍ଧାଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ଏହି ସଂଖ୍ୟା ୧୦୦ ତଳକୁ ଖସିଲା ବୋଲି ବିଭାଗ ପକ୍ଷରୁ କୁହାଯାଇଛି।