Advertisment

‘କୋଭିଡ ଟିକା ମଣିଷ ପିଠିରେ ଛୁରି ମାରିବା ସଦୃଶ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ସମଗ୍ର ଦେଶରେ ବହୁ ପ୍ରତୀକ୍ଷିତ କରୋନା ଟିକାକରଣ ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ବିଭିନ୍ନ ମତ ପ୍ରକାଶ ପାଉଛି।  ସମଗ୍ର ଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ ୩ ହଜାରଟି କେନ୍ଦ୍ରରେ କୋଭିଡ ଟିକା ଦିଆଯାଉଛି। ପ୍ରତ୍ୟେକ କେନ୍ଦ୍ରରେ ସର୍ବାଧିକ ୧୦୦ ଜଣଙ୍କୁ କୋଭିଡ-୧୯ ଭାକସିନ୍‌ ଦିଆଯିବ। ହେଲେ କୋଭିଡ ଟିକା ମଣିଷ ପିଠିରେ ଛୁରି ମାରିବା ଭଳି ହେବ ବୋଲି କହିଛନ୍ତି ଟିକା ବିରୋଧୀ କର୍ମୀ ତଥା ଗବେଷକ ଜଗନ୍ନାଥ […]

‘କୋଭିଡ ଟିକା ମଣିଷ ପିଠିରେ ଛୁରି ମାରିବା ସଦୃଶ’

dddsss

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ସମଗ୍ର ଦେଶରେ ବହୁ ପ୍ରତୀକ୍ଷିତ କରୋନା ଟିକାକରଣ ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ବିଭିନ୍ନ ମତ ପ୍ରକାଶ ପାଉଛି।  ସମଗ୍ର ଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ ୩ ହଜାରଟି କେନ୍ଦ୍ରରେ କୋଭିଡ ଟିକା ଦିଆଯାଉଛି। ପ୍ରତ୍ୟେକ କେନ୍ଦ୍ରରେ ସର୍ବାଧିକ ୧୦୦ ଜଣଙ୍କୁ କୋଭିଡ-୧୯ ଭାକସିନ୍‌ ଦିଆଯିବ। ହେଲେ କୋଭିଡ ଟିକା ମଣିଷ ପିଠିରେ ଛୁରି ମାରିବା ଭଳି ହେବ ବୋଲି କହିଛନ୍ତି ଟିକା ବିରୋଧୀ କର୍ମୀ ତଥା ଗବେଷକ ଜଗନ୍ନାଥ ଚାଟାର୍ଜୀ।

Advertisment

ସେ କହିଛନ୍ତି, “ କରୋନା ରୋଗ ବିଶ୍ଵବ୍ୟାଙ୍କର ଏକ ଷଡ଼ଯନ୍ତ୍ର।  ଗତ ୨୦୧୦ ମସିହାରୁ ଏହାକୁ ମଣିଷ ସମାଜ ଉପରେ ପ୍ରୟୋଗ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା। ୨୦୧୯ ଡିସେମ୍ବରରୁ ଆରମ୍ଭ ହୋଇଥିବା ଏହି ରୋଗର ପ୍ରଚାର ଆଗାମୀ ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିବ।”

ବିଶିଷ୍ଟ ଚିକିତ୍ସକ ତଥା ସମାଜବାଦୀ ନେତ୍ରୀ ଡାକ୍ତର ସରସ୍ୱତୀ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଲୋହିଆ ଏକାଡେମୀ ପକ୍ଷରୁ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୋଭିଡ଼-୧୯ ପ୍ରହେଳିକା, ଟୀକାକରଣ ସମାଧାନ ନୁହେଁ ଶୀର୍ଷକ ସ୍ମାରକୀ ବକ୍ତୃତା ଦେଇ ଗବେଷକ ଜଗନ୍ନାଥ ଚାଟାର୍ଜୀ କହିଲେ ଯେ, କରୋନା ରୋଗରେ ପୀଡ଼ିତଙ୍କ ନିରାକରଣ ହାର ଭାରତରେ ୯୯ ଓ ସାରା ପୃଥିବୀରେ ୯୭ % ରହିଛି। ତେଣୁ ଟୀକାକରଣ କ'ଣ ପାଇଁ ହେଉଛି, ତାହା ବୁଝା ପଡୁନାହିଁ।

Advertisment

ଏଥିସହ ସେ କହିଛନ୍ତି, ଯେଉଁ ସମୟରେ ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ଏକ ମହାମାରୀ ରୂପେ ଘୋଷଣା କରିଥିଲା ଠିକ୍‌ ସେହି ସମୟରେ ଚୀନର ଉହାନ ସହରରୁ ଏହା ଲୋପ ପାଇସାରିଥିଲା। ଏହି ରୋଗର ଭୟାବହତା ଓ ଟୀକାକରଣକୁ ଦୁନିଆର ଅନେକ ଚିକିତ୍ସକ ଓ ବୈଜ୍ଞାନିକ ନାପସନ୍ଦ କରିଛନ୍ତି।

ଆରଟିପିସିଆର ପରୀକ୍ଷାର ଉଦ୍ଭାବକ ନୋବେଲ ବିଜେତା କେରୀ ମୁଲିଜଙ୍କ ମତରେ “ଗବେଷଣାଗାରରେ ଲାଳ ପରୀକ୍ଷାର ସାଧନକୁ କୋଭିଡ ଚିହ୍ନଟ ପାଇଁ ବ୍ୟବହାର କରିବା ଅନୁଚିତ୍। ଯେଉଁ ଟିକା ବାହାରିଛି, ସେଥିରେ ଯେଉଁ ସବୁ ଉପାଦାନ ରହିଛି, ତାହାର ପ୍ରୟୋଗରେ ଆହୁରି ଭୟାନକ ରୋଗମାନ ସୃଷ୍ଟି ହେବ। ଏନେଇ ବିଶେଷଜ୍ଞମାନେ ସତର୍କ ହୋଇ ସାରିଲେଣି। ମୋଟାମୋଟି ଭାବରେ ବୁଝାପଡେ ଯେ, କୋଭିଡ-୧୯ ରୋଗ ଔଷଧ ମାଫିଆଙ୍କ ମାଧ୍ୟମରେ ଏକ ଅନ୍ତରାଷ୍ଟ୍ରୀୟ ଷଡ଼ଯନ୍ତ୍ର।”

ଅନ୍ୟମାନଙ୍କ ମଧ୍ୟରେ ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନାୟକ ବିଷୟ ପ୍ରବେଶ କରାଇଥିଲେ ଓ ଗାନ୍ଧୀବାଦୀ ଯୁବନେତା ଡା. ବିଶ୍ୱଜିତ୍ ଡାକ୍ତର ସ୍ବାଇଁଙ୍କର ଜୀବନାବଳୀର ଉପସ୍ଥାପନା କରିଥିଲେ ଓ ଯୁବ ଗାନ୍ଧୀବାଦୀ ମାନସ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଅତିଥିମାନଙ୍କ ଦ୍ୱାରା ଡଃ. ରାମ ମନୋହର ଲୋହିଆଙ୍କ ଲିଖିତ ଓ ଡ଼ା.  ସ୍ୱାଇଁଙ୍କ ଅନୁଦିତ ‘ଭାରତ ବିଭାଜନର ଅପରାଧୀ’ ପୁସ୍ତକ ଲୋକାର୍ପିତ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe