Advertisment

୨୭ ବର୍ଷୀୟା ଯୁବତୀଙ୍କ ସମେତ ୪ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୫୦ ରେ ପହଞ୍ଚିଛି। ଚାରି ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ସେହିପରି ମୃତକମାନଙ୍କ ମଧ୍ୟରୁ ଦୁଇ ଜଣ ଖୋର୍ଦ୍ଧା ଜିଲ୍ଲାର। ଉଭୟଙ୍କୁ ୭୦ ବର୍ଷ ହୋଇଥିଲା ଓ ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର। କଳାହାଣ୍ଡି ଜିଲ୍ଲାରେ ଜଣେ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଆହୁରି ଖସିଲା, ୧୩ ଜିଲ୍ଲାରୁ ଚିହ୍ନଟ ହୋଇନାହାନ୍ତି ଜଣେ ବି ନୂଆ କରୋନା ଆକ୍ରାନ୍ତ

corona-121-1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୫୦ ରେ ପହଞ୍ଚିଛି।

Advertisment

ଚାରି ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ସେହିପରି ମୃତକମାନଙ୍କ ମଧ୍ୟରୁ ଦୁଇ ଜଣ ଖୋର୍ଦ୍ଧା ଜିଲ୍ଲାର। ଉଭୟଙ୍କୁ ୭୦ ବର୍ଷ ହୋଇଥିଲା ଓ ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର।

କଳାହାଣ୍ଡି ଜିଲ୍ଲାରେ ଜଣେ ୫୧ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ଉଚ୍ଚ ରକ୍ତଚାପ ଓ ଡାଇବେଟିସ୍ ଭଳି ସମସ୍ୟାରେ ପୀଡ଼ିତ ଥିଲେ।

Advertisment

ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ୨୭ ବର୍ଷୀୟା ଯୁବତୀଙ୍କର ମୃତ୍ୟୁ ଘଟିଛି। ତାଙ୍କର ଅନ୍ୟାନ୍ୟ ସମସ୍ୟା ମଧ୍ୟ ରହିଥିଲା।

ଆଉ ୨ ଜଣଙ୍କ ମୃତ୍ୟୁ ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନ ଜନିତ ମୃତ୍ୟୁ ସଂଖ୍ୟା ୩୧୭ରେ ପହଞ୍ଚି ଯାଇଛି। ସେହିଭଳି ସୁନ୍ଦରଗଡ଼ରେ ଏଯାଏ ୧୬୩ ଜଣଙ୍କ ଜୀବନ ଯାଇଥିବା ବେଳେ କଳାହାଣ୍ଡିରେ ୨୯ ଜଣଙ୍କ ମୃତ୍ୟୁ ଘଟିଛି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୭,୫୪୨ରେ ପହଞ୍ଚିଥିବା ବେଳେ ୩,୨୨,୬୪୮ ଜଣ ସୁସ୍ଥ ହୋଇସାରିଛନ୍ତି। ୨,୯୯୧ ଜଣଙ୍କ ଚିକିତ୍ସା ଚାଲିଛି।