Advertisment

୪ ଜିଲ୍ଲାରୁ ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୮୩୬ରେ ପହଞ୍ଚିଯାଇଛି। ଖୋର୍ଦ୍ଧା, ମୟୂରଭଞ୍ଜ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷ ଓ ଦୁଇ ଜଣ ମହିଳା। ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ମହିଳାଙ୍କ ମୃତ୍ୟୁ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ରାଜ୍ୟରେ ହଜାରେ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା, ଖୋର୍ଦ୍ଧାକୁ ଟପିଲା ସୁନ୍ଦରଗଡ଼

corona-5

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୮୩୬ରେ ପହଞ୍ଚିଯାଇଛି।

Advertisment

ଖୋର୍ଦ୍ଧା, ମୟୂରଭଞ୍ଜ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷ ଓ ଦୁଇ ଜଣ ମହିଳା। ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କୁ ଯଥାକ୍ରମେ ୬୨ ଓ ୫୩ ବର୍ଷ ହୋଇଥିଲା। ସେମାନେ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ।

ଖୋର୍ଦ୍ଧା ଜିଲ୍ଲାରୁ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ସେ ଭୁବନେଶ୍ୱରର ବାସିନ୍ଦା ଥିଲେ ଓ ତାଙ୍କୁ ୭୫ ବର୍ଷ ହୋଇଥିଲା। ତାଙ୍କ ଉଚ୍ଚ ରକ୍ତଚାପ ସହିତ ଅନ୍ୟ ସମସ୍ୟା ଥିଲ। ସେହିପରି ମୟୂରଭଞ୍ଜର ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ମଧ୍ୟ ଉଚ୍ଚ ରକ୍ତଚାପ ସହିତ ଅନ୍ୟ ସ୍ୱାସ୍ଥ୍ୟଜନିତ ସମସ୍ୟାରେ ପୀଡ଼ିତ ଥିଲେ।

Advertisment

ଏହା ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୧୩ରେ ପହଞ୍ଚିଥିବା ବେଳେ ମୟୂରଭଞ୍ଜରେ ୮୮, ସମ୍ବଲପୁରରେ ୭୬ ଓ ସୁନ୍ଦରଗଡ଼ରେ ୧୫୯ରେ ପହଞ୍ଚିଛି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୨୩୩ରେ ପହଞ୍ଚିଥିବା ବେଳେ ୩,୨୧,୩୦୯ ଜଣ ସୁସ୍ଥ ହୋଇସାରିଛନ୍ତି। ୩,୦୩୫ ଜଣ ଚିକିତ୍ସିତ ହେଉଛନ୍ତି।