୪୦ ବର୍ଷୀୟ ବ୍ୟକ୍ତିଙ୍କ ସମେତ ୪ ଜଣଙ୍କର କରୋନାରେ ମୃତ୍ୟୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୧୫ରେ ପହଞ୍ଚିଛି। ୪ ମୃତକଙ୍କ ମଧ୍ୟରୁ ୨ ଜଣ ମୟୂରଭଞ୍ଜର ହୋଇଥିବା ବେଳେ ଜଗତସିଂହପୁର ଓ ସମ୍ବଲପୁରରୁ ଜଣେ ଲେଖାଏଁ ଅଛନ୍ତି। ସେହିପରି ୪ ଜଣ ଯାକ ପୁରୁଷ ଥିଲେ। ମୟୂରଭଞ୍ଜ ଜିଲ୍ଲାର ଯେଉଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି, […]

corona15

Jitendra Garnayak
  • Published: Tuesday, 15 December 2020
  • , Updated: 15 December 2020, 12:37 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୧୫ରେ ପହଞ୍ଚିଛି।

୪ ମୃତକଙ୍କ ମଧ୍ୟରୁ ୨ ଜଣ ମୟୂରଭଞ୍ଜର ହୋଇଥିବା ବେଳେ ଜଗତସିଂହପୁର ଓ ସମ୍ବଲପୁରରୁ ଜଣେ ଲେଖାଏଁ ଅଛନ୍ତି। ସେହିପରି ୪ ଜଣ ଯାକ ପୁରୁଷ ଥିଲେ।

ମୟୂରଭଞ୍ଜ ଜିଲ୍ଲାର ଯେଉଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି, ସେମାନଙ୍କୁ ଯଥାକ୍ରମେ ୬୦ ଓ ୬୪ ବର୍ଷ ହୋଇଥିଲା। ଜଣଙ୍କର କିଡ୍‌ନୀରେ ସମସ୍ୟା ଥିବା ବେଳେ ଅନ୍ୟ ଜଣଙ୍କର ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ବି ଥିଲା।

ଜଗତସିଂହପୁରରେ ଯେଉଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ତାଙ୍କୁ ୫୯ ବର୍ଷ ହୋଇଥିଲା। ସେହିପରି ସମ୍ବଲପୁରରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ୪୦ ବର୍ଷ ହୋଇଥିଲା। ଏ ଦୁହିଁଙ୍କର ଅନ୍ୟ କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟା ନଥିଲା।

ଆଉ ୨ ଜଣଙ୍କ ମୃତ୍ୟୁ ସହିତ ମୟୂରଭଞ୍ଜରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୭ରେ ପହଞ୍ଚିଥିବା ବେଳେ ଜଗତସିଂହପୁରରେ ୩୫ ଓ ସମ୍ବଲପୁରରେ ୭୫ରେ ପହଞ୍ଚିଛି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୪,୩୮୯ରେ ପହଞ୍ଚିଥିବା ବେଳେ ୩,୧୯,୪୫୮ ଜଣ ସୁସ୍ଥ ହୋଇସାରିଛନ୍ତି। ୩,୦୬୩ ଜଣ ଚିକିତ୍ସାଧୀନ ଅଛନ୍ତି।

Related story