୪ ଜିଲ୍ଲାରୁ କରୋନା ନେଲା ୪ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ପୁଣି ୪ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୮୪୩ରେ ପହଞ୍ଚି ଯାଇଛି। ଏହି ୪ ଜଣଙ୍କ ମଧ୍ୟରୁ ଯାଜପୁରର ଜଣେ ଅଛନ୍ତି। ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟାରେ ମଧ୍ୟ ପୀଡ଼ିତ ଥିଲେ। ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ବୃଦ୍ଧଙ୍କୁ ୭୦ […]

corona1

Jitendra Garnayak
  • Published: Tuesday, 22 December 2020
  • , Updated: 22 December 2020, 02:25 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ପୁଣି ୪ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୮୪୩ରେ ପହଞ୍ଚି ଯାଇଛି।

ଏହି ୪ ଜଣଙ୍କ ମଧ୍ୟରୁ ଯାଜପୁରର ଜଣେ ଅଛନ୍ତି। ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟାରେ ମଧ୍ୟ ପୀଡ଼ିତ ଥିଲେ।

ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ବୃଦ୍ଧଙ୍କୁ ୭୦ ବର୍ଷ ହୋଇଥିଲା ଓ ସେ ଭୁବନେଶ୍ୱରର ବାସିନ୍ଦା ଥିଲେ। ସେ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ।

କଳାହାଣ୍ଡି ଜିଲ୍ଲାରୁ ଜଣେ ୭୭ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର କିଡ୍‌ନୀ ଓ ଲିଭର ସମ୍ବନ୍ଧୀୟ ସମସ୍ୟା ମଧ୍ୟ ରହିଥିଲା।

ପୁରୀ ଜିଲ୍ଲାରେ ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସେ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟାରେ ମଧ୍ୟ ପୀଡ଼ିତ ଥିଲେ।

ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୧୪ରେ ପହଞ୍ଚିଥିବା ବେଳେ ଯାଜପୁରର ୨୫, କଳାହାଣ୍ଡିରେ ୨୮ ଓ ପୁରୀରେ ୧୧୪ ହୋଇଛି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୯୧୫ରେ ପହଞ୍ଚି ଯାଇଛି। ୩,୨୧,୯୫୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩,୦୬୩ ଜଣ ଚିକିତ୍ସାଧୀନ ଅଛନ୍ତି।

Related story