corona-8-1
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୭୯୮ରେ ପହଞ୍ଚିଛି।
ଏହି ୪ ମୃତକଙ୍କ ମଧ୍ୟରେ ଜଣେ ୩୫ ବର୍ଷୀୟ ଯୁବକ ଅଛନ୍ତି। ତାଙ୍କ ଘର ବରଗଡ଼ ଜିଲ୍ଲାରେ। ସେହିପରି ଭୁବନେଶ୍ୱରର ଜଣେ ୭୩ ବର୍ଷୀୟ ବୃଦ୍ଧ ଅଛନ୍ତି। ତାଙ୍କ ଉଚ୍ଚ ରକ୍ତଚାପ ସହିତ ଅନ୍ୟ ସମସ୍ୟା ମଧ୍ୟ ରହିଥିଲା।
ମୟୂରଭଞ୍ଜ ଜିଲ୍ଲାର ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ସେ କିଡ୍ନୀ ଜନିତ ସମସ୍ୟାରେ ମଧ୍ୟ ପୀଡ଼ିତ ଥିଲେ। ସେହିପରି ଅନ୍ୟ ଜଣେ ମାଲକାନଗିରି ଜିଲ୍ଲାର। ତାଙ୍କୁ ବି ୭୦ ବର୍ଷ ହୋଇଥିଲା। ତାଙ୍କର ଡାଇବେଟିସ୍ ସହିତ ଅନ୍ୟାନ୍ୟ ସମସ୍ୟା ରହିଥିଲା।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୦୨୯ରେ ପହଞ୍ଚିଥିବା ବେଳେ ୩,୧୭,୮୭୦ ଜଣ ସୁସ୍ଥ ହୋଇସାରିଛନ୍ତି। ୩,୩୦୮ ଜଣ ଚିକିତ୍ସାଧୀନ ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/11/corona-8-1.jpg)