Advertisment

୫ ଜିଲ୍ଲାରେ କରୋନା ନେଲା ୫ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୭୯୪ରେ ପହଞ୍ଚି ଯାଇଛି। ପ୍ରାଣ ହରାଇଥିବା ଏହି ୫ ଜଣଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ସେମାନଙ୍କ ଘର ଯଥାକ୍ରମେ ବଲାଙ୍ଗିର ଓ ମୟୂରଭଞ୍ଜର। ଉଭୟଙ୍କୁ ୭୦ ବର୍ଷ ହୋଇଥିଲା। ଜଣଙ୍କର କିଡ୍‌ନୀ ସମସ୍ୟା ଥିଲା। […]

ଅଦ୍ୟତନ ହୋଇଛି
କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌; ରାଜ୍ୟରେ ଆଖି ବୁଜିଲେ ୧୭ ଆକ୍ରାନ୍ତ

coronavirus-an-1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୭୯୪ରେ ପହଞ୍ଚି ଯାଇଛି।

Advertisment

ପ୍ରାଣ ହରାଇଥିବା ଏହି ୫ ଜଣଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ସେମାନଙ୍କ ଘର ଯଥାକ୍ରମେ ବଲାଙ୍ଗିର ଓ ମୟୂରଭଞ୍ଜର। ଉଭୟଙ୍କୁ ୭୦ ବର୍ଷ ହୋଇଥିଲା। ଜଣଙ୍କର କିଡ୍‌ନୀ ସମସ୍ୟା ଥିଲା।

ସେହିପରି ୩ ପୁରୁଷଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧାର। ତାଙ୍କୁ ୫୩ ବର୍ଷ ହୋଇଥିଲା। ସେ ଡାଇବେଟିସ୍ ସହିତ ହୃଦ୍‌ରୋଗରେ ପୀଡ଼ିତ ଥିଲେ। କେନ୍ଦୁଝରର ଜଣେ ୭୦ ବର୍ଷର ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଡାଇବେଟିସ୍ ଓ ରକ୍ତଚାପ ସମସ୍ୟା ମଧ୍ୟ ଥିଲା। ସୁନ୍ଦରଗଡ଼ରେ ଯେଉଁ ବୃଦ୍ଧଙ୍କ ମୃତ୍ୟୁ ଘଟିଛି, ତାଙ୍କୁ ୬୬ ବର୍ଷ ହୋଇଥିଲା। ତାଙ୍କ କିଡ୍‌ନୀରେ ବି ସମସ୍ୟା ଥିଲା। ତା’ସହିତ ସେ ଡାଇବେଟିସ୍ ଓ ଉଚ୍ଚରକ୍ତଚାପରେ ପୀଡ଼ିତ ଥିଲେ।

Advertisment

ଆଉ ଜଣଙ୍କ ମୃତ୍ୟୁ ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦୭ରେ ପହଞ୍ଚିଯାଇଛି। ବଲାଙ୍ଗିରରେ ଏହି ସଂଖ୍ୟା ୩୭ରେ ପହଞ୍ଚିଥିବା ବେଳେ କେନ୍ଦୁଝରରେ ୩୫, ମୟୂରଭଞ୍ଜରେ ୮୨ ଓ ସୁନ୍ଦରଗଡ଼ରେ ୧୫୨ରେ ପହଞ୍ଚି ଯାଇଛି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ ଏଯାବତ୍ କରୋନା ଯୋଗୁ ଅନୁଗୋଳ ଜିଲ୍ଲାରେ ୩୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱରରେ ୮୭, ବରଗଡ଼ରେ ୩୯, ଭଦ୍ରକରେ ୨୪, ବୌଦ୍ଧରେ ୧୧, କଟକରେ ୧୩୭, ଦେବଗଡ଼ରେ ୫, ଢେଙ୍କାନାଳରେ ୨୭, ଗଜପତିରେ ୩୨, ଗଞ୍ଜାମରେ ୨୪୫, ଜଗତସିଂହପୁରରେ ୩୪, ଯାଜପୁରରେ ୨୪, ଝାରସୁଗୁଡ଼ାରେ ୨୫, କଳାହାଣ୍ଡିରେ ୨୬, କନ୍ଧମାଳରେ ୩୩, କେନ୍ଦ୍ରାପଡ଼ାରେ ୨୭, କୋରାପୁଟରେ ୧୬, ମାଲକାନଗିରିରେ ୨୨, ନବରଙ୍ଗପୁରରେ ୧୩, ନୟାଗଡ଼ରେ ୪୪, ନୂଆପଡ଼ାରେ ୨୫, ପୁରୀରେ ୧୧୦, ରାୟଗଡ଼ାରେ ୪୪, ସମ୍ବଲପୁରରେ ୭୪ ଓ ସୁବର୍ଣ୍ଣପୁର ଜିଲ୍ଲାରେ୨୧ ଜଣଙ୍କ ମୃତ୍ୟୁ ଘଟିଛି।

Corona Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe