ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ କରୋନା
ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଖୋଦ୍ ନଡ୍ଡା ସୂଚନା ଦେଇଛନ୍ତି। ତାଙ୍କ ଭିତରେ କରୋନାର ଲକ୍ଷଣ ଦେଖା ଦେଇଥିଲା। ଯାହା ପରେ ସେ ନିଜର କୋଭିଡ୍ ଟେଷ୍ଟ କରାଇଥିଲେ, ଯେଉଁଥିରେ ରିପୋର୍ଟ ପଜିଟିଭ୍ ଆସିଛି।
कोरोना के शुरूआती लक्षण दिखने पर मैंने टेस्ट करवाया और रिपोर्ट पॉजिटिव आई है। मेरी तबीयत ठीक है, डॉक्टर्स की सलाह पर होम आइसोलेशन में सभी दिशा- निर्देशो का पालन कर रहा हूँ। मेरा अनुरोध है, जो भी लोग गत कुछ दिनों में संपर्क में आयें हैं, कृपया स्वयं को आइसोलेट कर अपनी जाँच करवाएं।
— Jagat Prakash Nadda (@JPNadda) December 13, 2020
ଏ ନେଇ ନଡ୍ଡା ଟୁଇଟ୍ କରି କହିଛନ୍ତି, କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖା ଦେବା ପରେ ମୁଁ ନିଜର ଟେଷ୍ଟ କରାଇଥିଲି ଏବଂ ରିପୋର୍ଟ ପଜିଟିଭ୍ ଆସିଛି। ମୋର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି। ଡାକ୍ତର ମୋତେ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ନିଜକୁ ଆଇସୋଲେଟ୍ କରାଇବା ସହ ଟେଷ୍ଟ କରାଇ ନିଅନ୍ତୁ ବୋଲି ନଡ୍ଡା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।