Advertisment

ଚାଇନାରେ ପ୍ରବେଶ କଲା କରୋନାର ନୂଆ ରୂପ

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଏବେ ଚାଇନାରେ ପ୍ରବେଶ କରିଛି। ବ୍ରିଟେନରୁ ଫେରିଥିବା ୨୩ ବର୍ଷୀୟ ଜଣେ ମହିଳା କରୋନାର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହୋଇଛନ୍ତି। ଚାଇନାରେ ଚିହ୍ନଟ ହୋଇଥିବା ମହିଳା ଜଣକ ବ୍ରିଟେନରୁ ଫେରିଥିଲେ, ଯାହା ପରେ ସେ ଡିସେମ୍ବର ୧୪ ତାରିଖରେ ଟେଷ୍ଟ କରାଇଥିଲେ। ମହିଳାଙ୍କ ଭିତରେ ନୂଆ ଷ୍ଟ୍ରେନ୍ ଦେଖାଦେବା ପରେ ତାଙ୍କୁ ଏବେ କ୍ୱାରେଣ୍ଟାଇନ୍ କରିଦିଆଯାଇଛି। ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ମଧ୍ୟ ଯାଞ୍ଚ କରାଯାଉଛି। କରୋନାଭାଇରସ ମହାମାରୀର […]

ଅଦ୍ୟତନ ହୋଇଛି
ଚାଇନାରେ ପ୍ରବେଶ କଲା କରୋନାର ନୂଆ ରୂପ

china

Advertisment

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଏବେ ଚାଇନାରେ ପ୍ରବେଶ କରିଛି। ବ୍ରିଟେନରୁ ଫେରିଥିବା ୨୩ ବର୍ଷୀୟ ଜଣେ ମହିଳା କରୋନାର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହୋଇଛନ୍ତି। ଚାଇନାରେ ଚିହ୍ନଟ ହୋଇଥିବା ମହିଳା ଜଣକ ବ୍ରିଟେନରୁ ଫେରିଥିଲେ, ଯାହା ପରେ ସେ ଡିସେମ୍ବର ୧୪ ତାରିଖରେ ଟେଷ୍ଟ କରାଇଥିଲେ। ମହିଳାଙ୍କ ଭିତରେ ନୂଆ ଷ୍ଟ୍ରେନ୍ ଦେଖାଦେବା ପରେ ତାଙ୍କୁ ଏବେ କ୍ୱାରେଣ୍ଟାଇନ୍ କରିଦିଆଯାଇଛି। ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ମଧ୍ୟ ଯାଞ୍ଚ କରାଯାଉଛି।

Advertisment

କରୋନାଭାଇରସ ମହାମାରୀର ଉତ୍ପତିସ୍ଥଳ କୁହାଯାଉଥିବା ଚାଇନାରେ ଏବେ କରୋନାର ନୂଆ ରୂପ ଆସିବା ପରେ ଏବେ ସେଠାରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଆଗାମୀ ଦିନରେ କରୋନାର ଏହି ନୂଆ ରୂପ ଚାଇନାରେ କେତେ ମାରାତ୍ମକ ହେବ, ତା'ର ଅନୁମାନ କରାଯାଇନାହିଁ। କିନ୍ତୁ ଏହି ନୂଆ ରୂପକୁ ଚାଇନା ସରକାର ସଜାଗ ହୋଇପଡ଼ିଛନ୍ତି।

ଅଧିକ ପଢ଼ନ୍ତୁ : ଫାଇଜର୍ ଟିକାକୁ WHOର ଅନୁମୋଦନ

କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଆସିବା ଦିନଠାରୁ ଲୋକଙ୍କ ମନରେ ଭୟ ଦେଖିବାକୁ ମିଳିଛି। ବୈଜ୍ଞାନିକଙ୍କ ମୁତାବକ, ଏହି ନୂଆ ଷ୍ଟ୍ରେନ୍ ମୂଳ ଭାଇରସ୍ ତୁଳନାରେ ୭୦ ପ୍ରତିଶତ ଅଧିକ ସଂକ୍ରମିତ। ତେଣୁ ଏହାକୁ ହାଲୁକା ଭାବେ ନେବା ପାଇଁ ବୈଜ୍ଞାନିକ ଭାବେ ଚେତାବନୀ ଦେଇଛନ୍ତି।

Advertisment
New Coronavirus Strain Corona
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe