Advertisment

ନୋଭେଲ କରୋନା: ସଂକ୍ରମଣର ଏହି ସ୍ତରରେ ପହଞ୍ଚିଛି ଭାରତ

ନୂଆଦିଲ୍ଲୀ: ନୋଭେଲ୍ କୋରାନା ଭୂତାଣୁ ସଂକ୍ରମଣ ଷ୍ଟେଜ୍-୩ ତଥା ଗୋଷ୍ଠୀ ସଂକ୍ରମଣ କାରଣରୁ ଚୀନ ଏବଂ ଇଟାଲୀ ଭଳି ଦେଶରେ ଅବସ୍ଥା ଶୋଚନୀୟ ହୋଇଗଲା। ଏହାପରେ ଆମେରିକାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏଣୁ ଭାରତରେ ଯାହା ହେଲେ ବି ଗୋଷ୍ଠୀ ସଂକ୍ରମଣକୁ ରୋକିବାକୁ ହେବ ବୋଲି ଡା. ରଣଦୀପ ଗୁଲେରିୟା କହିଛନ୍ତି। ଏମସ୍ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିୟା ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ଭାରତର କେତେକ ଅଞ୍ଚଳରେ କରୋନା ସଂକ୍ରମଣ […]

ଆରୋଗ୍ୟ ହେଲେ ୭୫ ‘କରୋନା’ ଆକ୍ରାନ୍ତ; କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

novel corona

Advertisment

ନୂଆଦିଲ୍ଲୀ: ନୋଭେଲ୍ କୋରାନା ଭୂତାଣୁ ସଂକ୍ରମଣ ଷ୍ଟେଜ୍-୩ ତଥା ଗୋଷ୍ଠୀ ସଂକ୍ରମଣ କାରଣରୁ ଚୀନ ଏବଂ ଇଟାଲୀ ଭଳି ଦେଶରେ ଅବସ୍ଥା ଶୋଚନୀୟ ହୋଇଗଲା। ଏହାପରେ ଆମେରିକାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏଣୁ ଭାରତରେ ଯାହା ହେଲେ ବି ଗୋଷ୍ଠୀ ସଂକ୍ରମଣକୁ ରୋକିବାକୁ ହେବ ବୋଲି ଡା. ରଣଦୀପ ଗୁଲେରିୟା କହିଛନ୍ତି।

Advertisment

ଏମସ୍ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିୟା ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ଭାରତର କେତେକ ଅଞ୍ଚଳରେ କରୋନା ସଂକ୍ରମଣ ଗୋଷ୍ଠୀ ସଂକ୍ରମଣ ରୂପ ନେଇସାରିଛି। ତଥାପି ଦେଶ ଏବେ ଷ୍ଟେଜ୍ ୨ (ସ୍ଥାନୀୟ ସଂକ୍ରମଣ) ଓ ଷ୍ଟେଜ୍ ୩ (ଗୋଷ୍ଠୀ ସଂକ୍ରମଣ) ଭିତରେ ରହିଛି। ତେବେ କେତେକ ସ୍ଥାନରେ ତୀବ୍ର ଗତିରେ ସଂକ୍ରମଣ ବ୍ୟାପୁଥିବା ବେଳେ ମୁମ୍ବାଇ ଭଳି କେତେକ ସ୍ଥାନରେ ସ୍ଥାନୀୟ ଗୋଷ୍ଠୀ ସଂକ୍ରମଣ ମଧ୍ୟ ଦେଖିବାକୁ ମିଳିଛି।

ସୂଚନା ଥାଉ କି, ଭାରତର ଅଧିକାଂଶ ଅଞ୍ଚଳ ବର୍ତ୍ତମାନ ସୁଦ୍ଧା ବିଶ୍ୱ ମହାମାରୀ ସଂକ୍ରମଣ ଷ୍ଟେଜ୍ ୨ରେ ଅଛି ବୋଲି ଡା. ଗୁଲେରିୟା ସ୍ପଷ୍ଟ କରିଛନ୍ତି। ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର କିଛି ହଟସ୍ପଟରୁ ସ୍ଥାନୀୟ ଗୋଷ୍ଠୀ ସଂକ୍ରମଣ (ଲୋକାଲାଇଜଡ୍ କମ୍ୟୁନିଟି ସ୍ପ୍ରଡ୍) ବ୍ୟାପୁଥିବା ଜଣାପଡ଼ିଛି। ସେହି ସବୁ ସ୍ଥାନରେ ପ୍ରାଥମିକ ସ୍ତରରୁ ସଂକ୍ରମଣ ରୋକାଯାଇ ପାରିଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଯେହେତୁ ଦେଶର କେତେକ ସ୍ଥାନରେ ସଂକ୍ରମଣ ଗୋଷ୍ଠୀ ସଂକ୍ରମଣ ସ୍ତରରେ ପହଞ୍ଚିଛି। ତେଣୁ ଆମକୁ ଅଧିକ ସଜାଗ ହୋଇଯିବା ଉଚିତ ବୋଲି ସେ କହିଛନ୍ତି।

Advertisment

ଡା. ଗୁଲେରିୟା ପୁଣି କହିଛନ୍ତି ଯେ, ଦେଶରେ କୋଭିଡ୍-୧୯ ମାମଲା ବଢ଼ାଇବା ଦିଗରେ ତବଲୀଗୀ ଜମାତ ଆୟୋଜନକୁ ଦାୟୀ କରାଯାଇପାରେ। ଏଣୁ ନିଜାମୁଦ୍ଦୀନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ ଜମାତୀ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରି ଏକାନ୍ତବାସରେ ରଖିବା ନିହାତି ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe