ରାଜ୍ୟରେ ଆଖି ବୁଜିଲେ ୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଧିରେ ଧିରେ କମୁଛି କରୋନା ପ୍ରକୋପ। ମୃତ୍ୟୁ ସଂଖ୍ୟା ବି ଏବେ ନିୟନ୍ତ୍ରଣରେ ରହିଛି। ରାଜ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୫୫ରେ ପହଞ୍ଚିଯାଇଛି। ୫ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୩ ଜଣ ଥିବା ବେଳେ ଭୁବନେଶ୍ୱରରୁ ଜଣେ ଓ […]

coorna-5

Niharika Rout
  • Published: Thursday, 03 December 2020
  • , Updated: 03 December 2020, 11:16 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଧିରେ ଧିରେ କମୁଛି କରୋନା ପ୍ରକୋପ। ମୃତ୍ୟୁ ସଂଖ୍ୟା ବି ଏବେ ନିୟନ୍ତ୍ରଣରେ ରହିଛି। ରାଜ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୫୫ରେ ପହଞ୍ଚିଯାଇଛି।

୫ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୩ ଜଣ ଥିବା ବେଳେ ଭୁବନେଶ୍ୱରରୁ ଜଣେ ଓ ନୟାଗଡ଼ରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଗଞ୍ଜାମରେ ୩ ମୃତକଙ୍କ ମଧ୍ୟରେ ଜଣେ ୫୯ ବର୍ଷୀୟା ମହିଳା ଥିବା ବେଳେ ଜଣେ ୮୨ ବର୍ଷୀୟ ବୃଦ୍ଧ ଓ ଜଣେ ୫୪ ବର୍ଷ ବୟସ୍କ ବ୍ୟକ୍ତି ଅଛନ୍ତି। ସେମାନଙ୍କ  ମଧ୍ୟରୁ ମୃତ ୨ ପୁରୁଷ ଡାଇବେଟିସ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ବେଳେ ମହିଳାଜଣକ କେବଳ ମଧୁମେହରେ ପୀଡ଼ିତ ଥିଲେ।

ଭୁବନେଶ୍ୱରରେ ଜଣେ ୫୭ ବର୍ଷ ବୟସ୍କ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ସେ ଡାଇବେଟିସରେ ପୀଡ଼ିତ ଥିଲେ।  ଏହାବ୍ୟତୀତ ନୟାଗଡ଼ର ଜଣେ ୫୨ ବର୍ଷ ବୟସ୍କ ବ୍ୟକ୍ତିଙ୍କର କରୋନାଜନିତ ମୃତ୍ୟୁ ହୋଇଛି।

Related story