corona-1
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୦୨ରେ ପହଞ୍ଚିଛି।
ଏହି ୪ ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ତାଙ୍କ ଘର ସୁନ୍ଦରଗଡ଼ରେ। ତାଙ୍କୁ ୫୫ ବର୍ଷ ହୋଇଥିଲା। ସେ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡ଼ିତ ଥିଲେ। ସେହିପରି ସୁନ୍ଦରଗଡ଼ରେ ଜଣେ ବୃଦ୍ଧଙ୍କର ବି ମୃତ୍ୟୁ ଘଟିଛି। ତାଙ୍କୁ ୬୫ ବର୍ଷ ହୋଇଥିଲା। ସେ କିଡ୍ନୀ ଓ ଉଚ୍ଚ ରକ୍ତଚାପ ଜନିତ ସମସ୍ୟାରେ ବି ପୀଡ଼ିତ ଥିଲେ।
ଅନ୍ୟ ଦୁଇ ମୃତକ ବାଲେଶ୍ୱର ଓ ମାଲକାନଗିରି ଜିଲ୍ଲାର। ଉଭୟଙ୍କୁ ୭୦ ବର୍ଷ ହୋଇଥିଲା। ଉଭୟ ଉଚ୍ଚ ରକ୍ତଚାପ ସହିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟଜନିତ ସମସ୍ୟାରେ ପୀଡ଼ିତ ଥିଲେ।
ଦୁଇଟି ନୂଆ ମୃତ୍ୟୁ ମାମଲା ସହିତ ସୁନ୍ଦରଗଡ଼ରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୪ ହୋଇଯାଇଛି। ବାଲେଶ୍ୱରରେ ଏହି ସଂଖ୍ୟା ୮୮ ହୋଇଥିବା ବେଳେ ମାଲକାନଗିରିରେ ୨୪ ରହିଛି। ସେହିପରି ଏଯାବତ୍ ଖୋର୍ଦ୍ଧା ଜିଲ୍ଲାରେ କରୋନା ସବୁଠୁ ଅଧିକ ୩୦୮ ଜଣଙ୍କ ମୁଣ୍ଡ ନେଇଛି।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୩୬୪ରେ ପହଞ୍ଚିଥିବା ବେଳେ ୩,୧୮,୨୭୮ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୩,୨୩୧ ଜଣ ଚିକିତ୍ସାଧୀନ ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/09/corona-1-1.jpg)