ପୁଣି ତଳମୁହାଁ କରୋନା ଗ୍ରାଫ; ୭୯ ଚିହ୍ନଟ, ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ୧୦୦ ତଳକୁ ଖସିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ୭୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା। ୭୯ ଆକ୍ରାନ୍ତଙ୍କ ମଧ୍ୟରୁ ୪୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ବାକି ୩୨ଟି ହେଉଛି ଲୋକାଲ୍ କେସ୍‌। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪, ବାଲେଶ୍ୱରରୁ ୭, ବରଗଡ଼ରୁ ୫, […]

corona

Niharika Rout
  • Published: Monday, 01 February 2021
  • , Updated: 01 February 2021, 12:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ୧୦୦ ତଳକୁ ଖସିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ୭୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା। ୭୯ ଆକ୍ରାନ୍ତଙ୍କ ମଧ୍ୟରୁ ୪୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ବାକି ୩୨ଟି ହେଉଛି ଲୋକାଲ୍ କେସ୍‌। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪, ବାଲେଶ୍ୱରରୁ ୭, ବରଗଡ଼ରୁ ୫, ବଲାଙ୍ଗିରରୁ ୨, ବୌଦ୍ଧରୁ ୧,  କଟକରୁ ୪, ଗଜପତିରୁ ୨ , ଯାଜପୁରରୁ ୪, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୧, କେନ୍ଦ୍ରାପଡ଼ାରୁ ୧, ଖୋର୍ଦ୍ଧାରୁ ୧୪, ମୟୂରଭଞ୍ଜରୁ ୨, ନୂଆପଡ଼ାରୁ ୩, ପୁରୀରୁ ୪,  ରାୟଗଡ଼ାରୁ ୧, ସମ୍ବଲପୁରରୁ ୪, ସୋନପୁରରୁ ୪, ସୁନ୍ଦରଗଡ଼ରୁ ୧୦ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାବ୍ୟତୀତ ଷ୍ଟେଟ ପୁଲରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫,୧୫୧ରେ ପହଞ୍ଚିଛି। ସେଥିମଧ୍ୟରୁ ୩,୩୨,୧୦୩ ସୁସ୍ଥ ହୋଇସାରିଲେଣି। ଏବେ ରାଜ୍ୟରେ ୧୦୮୯ ଆକ୍ରାନ୍ତ ଅଛନ୍ତି।

Related story