ଖୁସି ଖବର: ‘କୋଭିସିଲ୍‌ଡ’ ପରେ ରାଜ୍ୟରେ ପହଞ୍ଚିଲା ’କୋଭାକ୍ସିନ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା କୋପରେ ଛଟପଟ ହେଉଥିବା ରାଜ୍ୟବାସୀଙ୍କୁ ଗତ ୨ ଦିନ ହେଲା ମିଳୁଛି ଆଶ୍ୱସ୍ତିକର ଖବର।  ଗତକାଲି ଓଡ଼ିଶାରେ  କରୋନା ଟିକା ‘କୋଭିସିଲ୍‌ଡ’  ପହଞ୍ଚିଥିବା ବେଳେ ଆଜି ସକାଳେ ପହଞ୍ଚିଛି କୋଭାକ୍ସିନ । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୂତ କୋଭାକ୍ସିନର ୨୦ ହଜାର ଡୋଜ  ରାଜ୍ୟରେ  ଆଜି ସକାଳେ ପହଞ୍ଚି ସାରିଛି। ଭାରତ ବାୟୋଟେକ, ଆଇସିଏମ୍ଆର ଓ ଏନ୍ଆଇଭି ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନ ସଂପୂର୍ଣ୍ଣ ଭାବେ ଭାରତରେ ତିଆରି ପ୍ରଥମ […]

cccc

cccc

Niharika Rout
  • Published: Wednesday, 13 January 2021
  • Updated: 13 January 2021, 10:02 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା କୋପରେ ଛଟପଟ ହେଉଥିବା ରାଜ୍ୟବାସୀଙ୍କୁ ଗତ ୨ ଦିନ ହେଲା ମିଳୁଛି ଆଶ୍ୱସ୍ତିକର ଖବର।  ଗତକାଲି ଓଡ଼ିଶାରେ  କରୋନା ଟିକା ‘କୋଭିସିଲ୍‌ଡ’  ପହଞ୍ଚିଥିବା ବେଳେ ଆଜି ସକାଳେ ପହଞ୍ଚିଛି କୋଭାକ୍ସିନ । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୂତ କୋଭାକ୍ସିନର ୨୦ ହଜାର ଡୋଜ  ରାଜ୍ୟରେ  ଆଜି ସକାଳେ ପହଞ୍ଚି ସାରିଛି।

ଭାରତ ବାୟୋଟେକ, ଆଇସିଏମ୍ଆର ଓ ଏନ୍ଆଇଭି ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନ ସଂପୂର୍ଣ୍ଣ ଭାବେ ଭାରତରେ ତିଆରି ପ୍ରଥମ କରୋନା ଟିକା । ଆଜି ଭୋରରୁ ହାଇଦ୍ରାବାଦର ଜିନୋମ ଭ୍ୟାଲିରେ ଥିବା ଭାରତ ବାୟୋଟେକର ମାନୁଫାକଚରିଂ ୟୁନିଟରୁ କୁଲିଂ ସିଷ୍ଟମ ଥିବା ଟ୍ରକରେ ହାଇଦ୍ରାବାଦ ବିମାନବନ୍ଦର ନିଆଯାଇଥିଲା । ଏହାପରେ ସେଠାରୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଆସିଥିଲା କୋଭାକ୍ସିନ।

ବିମାନବନ୍ଦରରେ ପହଞ୍ଚିବା ପରେ ଛୋଟ ଛୋଟ ଭ୍ୟାନରେ ରାଜ୍ୟ ଭ୍ୟାକସିନ ସେଣ୍ଟରକୁ ଅଣାଯାଇଛି । ଏହାକୁ ଏୟାରପୋର୍ଟରୁ ରାଜ୍ୟ ଭ୍ୟାକସିନ ଷ୍ଟୋରକୁ ପଠାଯାଇଛି।

ସୂଚନାଯୋଗ୍ୟ, ଗତକାଲି ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା କରୋନା ଟିକା ‘କୋଭିସିଲ୍‌ଡ’। ପୁଣେରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ସ୍ପାଇସ ଜେଟ ବିମାନରେ ଆସିଲା ଟିକା। ସୁରକ୍ଷା ବ୍ୟବସ୍ଥା ଭିତରେ ଟିକା ଗୁଡ଼ିକୁ ଏୟାରପୋର୍ଟରୁ ରାଜ୍ୟ ଭ୍ୟାକ୍ସିନ ସେଣ୍ଟରକୁ ନିଆଯାଇଥିବା ବେଳେ ସେଠାରୁ ବିଭିନ୍ନ ଜିଲ୍ଲାକୁ କଡ଼ା ସୁରକ୍ଷା ମଧ୍ୟରେ ଟିକା ପଠାଯାଇଛି।

ପ୍ରଥମ ପର୍ଯ୍ୟାୟରେ  ୪୦, ୮୦୦ ବୋଟଲରେ ୪ ଲକ୍ଷ ୮ ହଜାର ଡୋଜ ‘କୋଭିସିଲ୍‌ଡ’ ଓଡ଼ିଶାକୁ ଆସିଥିବା ଜଣାଯାଇଛି। ପ୍ରଥମ ଡୋଜ ନେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ ନେବାକୁ ପଡ଼ିବ।

ଭାରତ ସରକାର ଆସନ୍ତା ୧୬ ତାରିଖରୁ ଦେଶରେ ଟିକାକରଣ ଆରମ୍ଭ କରିବେ। ପ୍ରଥମ ଦଫାରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ। ଏହାପରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଟିକାକରଣ ବେଳେ ଯେମିତି କିଛି ଅସୁବିଧା ନ ହେବ, ସେଥିପାଇଁ ଦେଶର ସବୁ ରାଜ୍ୟରେ କରୋନା ଟିକାର ଡ୍ରାଏରନ୍‌ ମଧ୍ୟ କରାଯାଇଛି।

ସୂଚନାଯୋଗ୍ୟ, ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI)  ସିରମ୍ ଇନଷ୍ଟିଚ୍ୟୁଟର ଭ୍ୟାକସିନ୍ କୋଭିସିଲ୍ଡ ଓ ଭାରତ ବାୟୋଟେକର ଭ୍ୟାକସିନ୍ କୋଭାକ୍ସିନକୁ ଆପାତ୍ତକାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେଇଛି। ଏବେ ଏହି ଦୁଇଟି ଯାକ ଭ୍ୟାକସିନ୍ ଭାରତୀୟ ଲୋକଙ୍କୁ ଦିଆଯାଇପାରିବ।

DCGI ନିର୍ଦ୍ଦେଶକ ଭିଜି ସୋମାନୀ କହିଛନ୍ତି, ଉଭୟ ଭ୍ୟାକସିନ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଏହାର ଆପାତ୍ତକାଳୀନ ବ୍ୟବହାର କରାଯାଇପାରିବ। ଏହି ଦୁଇଟି ଯାକ ଭ୍ୟାକସିନକୁ ଦୁଇଟି ଲେଖାଏ ଡୋଜ୍ ଇଞ୍ଜେକ୍ସନ୍ ଆକାରରେ ଦିଆଯାଇପାରି। ଏହି ଦୁଇଟି ଭ୍ୟାକସିନକୁ ୨ରୁ ୮ ଡିଗ୍ରୀ ତାପମାତ୍ରାରେ ସୁରକ୍ଷିତ ରଖାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos