Advertisment

ରାଜ୍ୟରେ ତଳମୁହାଁ କରୋନା, ଆଉ ୫୧୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତ ମାମଲା ହ୍ରାସ ପାଇବାରେ ଲାଗିଛି। ଏହି କ୍ରମରେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୫୧୮ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୯୮ କ୍ୱାରେଣ୍ଟାଇନ୍ ଏବଂ ୨୨୧ ଲୋକାଲ୍ କଣ୍ଟାକ୍ଟ ଅଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୮୩୦୭ରେ ପହଞ୍ଚିଛି। ସେଥିରୁ ୩୧୦୫୪୯ ସୁସ୍ଥ ହୋଇଥିବା ବେଳେ ଆଉମାତ୍ର ୫୯୭୧ ଆକ୍ଟିଭ୍ ମାମଲା ରହିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୫୨ ଜଣ […]

ଅଦ୍ୟତନ ହୋଇଛି
ଫ୍ରି କୋଭିଡ୍‌ ଟେଷ୍ଟ ପାଇଁ ଇମେଲ୍‌ ଆସୁଛି କି? ଭୁଲ୍‌ରେ ବି ଏହି ମେଲ୍‌ ଖୋଲନ୍ତୁ ନାହିଁ

covid

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତ ମାମଲା ହ୍ରାସ ପାଇବାରେ ଲାଗିଛି। ଏହି କ୍ରମରେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୫୧୮ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୯୮ କ୍ୱାରେଣ୍ଟାଇନ୍ ଏବଂ ୨୨୧ ଲୋକାଲ୍ କଣ୍ଟାକ୍ଟ ଅଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୮୩୦୭ରେ ପହଞ୍ଚିଛି। ସେଥିରୁ ୩୧୦୫୪୯ ସୁସ୍ଥ ହୋଇଥିବା ବେଳେ ଆଉମାତ୍ର ୫୯୭୧ ଆକ୍ଟିଭ୍ ମାମଲା ରହିଛି।

Advertisment

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୫୨ ଜଣ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୪୯, କଟକରୁ ୪୫, ଖୋର୍ଦ୍ଧାରୁ ୪୦, ବଲାଙ୍ଗିରରୁ ୩୭, ଅନୁଗୋଳରୁ ୩୬, ବାଲେଶ୍ୱରରୁ ୨୬, କେନ୍ଦୁଝରରୁ ୨୫, ବରଗଡ଼ରୁ ୨୪, ନୂଆପଡ଼ାରୁ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଯାଜପୁରରୁ ୧୮, କେନ୍ଦ୍ରାପଡ଼ାରୁ ୧୭, ସମ୍ବଲପୁରରୁ ୧୭, ଜଗତସିଂହପୁରରୁ ୧୬, ଝାରସୁଗୁଡ଼ାରୁ ୧୬, ପୁରୀରୁ ୧୫, ଗଞ୍ଜାମରୁ ୧୦, କୋରାପୁଟରୁ ୯, ଢେଙ୍କାନାଳରୁ ୮, ଷ୍ଟେଟପୁଲରୁ ୮, ଭଦ୍ରକରୁ ୬, କଳାହାଣ୍ଡିରୁ ୬, ସୋନପୁରରୁ ୪, କନ୍ଧମାଳରୁ ୪, ମାଲକାନଗିରିରୁ ୪, ଦେବଗଡ଼, ନବରଙ୍ଗପୁର ଓ ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Advertisment

https://twitter.com/IPR_Odisha/status/1332926702289207303?s=20

https://twitter.com/IPR_Odisha/status/1332926712762359808?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe