Advertisment

୬ରୁ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫେବ୍ରୁଆରୀ ୬ ତାରିଖରୁ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ। ଏନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍‌ଙ୍କ ପକ୍ଷରୁ ଜିଲ୍ଲାପାଳ ଓ CDMOମାନଙ୍କୁ ଚିଠି କରାଯାଇଛି। ମେଡିକାଲ ଛଡ଼ା ବିକଳ୍ପ ଟିକାଦାନ କେନ୍ଦ୍ର ଚୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି କାର୍ଯ୍ୟକ୍ଷେତ୍ର ପରିସରରେ ଟିକାଦାନ କେନ୍ଦ୍ରକୁ ଅଗ୍ରାଧିକାର ଦିଆଯାଇଛି। ସ୍ୱାସ୍ଥ୍ୟକର୍ମୀଙ୍କ ଛଡ଼ା ଅନ୍ୟ ବିକଳ୍ପ ଟିକାକର୍ମୀଙ୍କୁ ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି। ଠିକା ଟିକା କର୍ମୀଙ୍କୁ ଦୈନିକ ୫୦୦ ଭତ୍ତା ଦେବାକୁ ଚିଠିରେ କୁହାଯାଇଛି। ଟିକା […]

author-image
Manoranjan Sial
୬ରୁ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକା

odisha

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫେବ୍ରୁଆରୀ ୬ ତାରିଖରୁ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ। ଏନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍‌ଙ୍କ ପକ୍ଷରୁ ଜିଲ୍ଲାପାଳ ଓ CDMOମାନଙ୍କୁ ଚିଠି କରାଯାଇଛି। ମେଡିକାଲ ଛଡ଼ା ବିକଳ୍ପ ଟିକାଦାନ କେନ୍ଦ୍ର ଚୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି କାର୍ଯ୍ୟକ୍ଷେତ୍ର ପରିସରରେ ଟିକାଦାନ କେନ୍ଦ୍ରକୁ ଅଗ୍ରାଧିକାର ଦିଆଯାଇଛି। ସ୍ୱାସ୍ଥ୍ୟକର୍ମୀଙ୍କ ଛଡ଼ା ଅନ୍ୟ ବିକଳ୍ପ ଟିକାକର୍ମୀଙ୍କୁ ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି। ଠିକା ଟିକା କର୍ମୀଙ୍କୁ ଦୈନିକ ୫୦୦ ଭତ୍ତା ଦେବାକୁ ଚିଠିରେ କୁହାଯାଇଛି। ଟିକା ଯେମିତି ଅପଚୟ ନହେବ, ଆଗୁଆ ଟ୍ରେନିଂ ଦେବାକୁ ପରାମର୍ଶ ସ୍ୱାସ୍ଥ୍ୟ ବିଭାଗ ଦେଇଛି।

Advertisment

ଜାନୁଆରୀ ୧୬ରେ ସମଗ୍ର ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଥିଲା। କ୍ୟାପିଟାଲ୍ ହସ୍ପିଟାଲରେ ଜଣେ ସଫେଇ କର୍ମଚାରୀଙ୍କୁ ପ୍ରଥମେ ଟିକା ଦିଆଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ୧୬୧ଟି କେନ୍ଦ୍ରରେ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଯୋଗେ କିଛି ଟିକାକରଣ କେନ୍ଦ୍ରରୁ ଫିଡବ୍ୟାକ୍ ନେଇଥିଲେ।

ପ୍ରଥମ ଦିନରେ ପ୍ରାୟ ୧୬ ହଜାର ଟିକା ଦେବା ପାଇଁ ଟାର୍ଗେଟ୍ ଥିବା ବେଳେ ମୋଟ୍ ୧୩ ହଜାର ୨୯୨ଟି ଟିକା ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ଅଧିକାରୀ ଓ ଅନ୍ୟାନ୍ୟ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଥିଲା। ଗାଇଡଲାଇନ୍ ଅନୁସାରେ ୧୮ ବର୍ଷରୁ କମ୍, ଗର୍ଭବତୀ କିମ୍ବା ସ୍ତନ୍ୟପାନ କରାଉଥିବା ମା’ ଟିକା ନେଇପାରିବେ ନାହିଁ।

Advertisment

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା କ୍ରମେ, ଗତ ଜାନୁଆରୀ ୨୨ ସୁଦ୍ଧା କୋଭିଡ୍-19 କବଳରେ ପଡ଼ି ସାରା ଦେଶରେ ମୋଟ୍ ୧୬୨ଜଣ ଡାକ୍ତର, ୧୦୭ ନର୍ସ ଓ ୪୪ ଆଶାକର୍ମୀ ପ୍ରାଣ ହରାଇଛନ୍ତି।  ଏ ସମ୍ପର୍କରେ ଆଜି ସଂସଦରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ସେ କହିଛନ୍ତି- କୋଭିଡ୍ ଟିକାକରଣଠୁ ସଚେତନତା ହିଁ ମହାମାରୀକୁ ମାତ୍ ଦେବାରେ ବଡ଼ ଅସ୍ତ୍ର ଭାବେ ଉଭା ହୋଇଛି। ସରକାର ଟୀକାରରଣ ଏଥର ବଜେଟ୍‌ରେ ୩୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି।