Advertisment

କୋଭିଡ୍ ଟିକାକରଣରେ ଓଡ଼ିଶା ଦ୍ୱିତୀୟ, ପଞ୍ଜିକରଣ ଅବଧି ୩୧ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ କୋଭିଡ୍ ଟିକାକରଣରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଆଜି ସକାଳ ସୁଦ୍ଧା ରାଜ୍ୟର ୧ଲକ୍ଷ ୭୭ହଜାର ୦୯୦ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ପ୍ରଦାନ କରାଯାଇଛି। ୨ଲକ୍ଷ ୩୧ହଜାର ଲୋକଙ୍କର ଟିକାକରଣ କରି ସମଗ୍ର ଦେଶରେ କର୍ଣ୍ଣାଟକ ପ୍ରଥମ ସ୍ଥାନରେ ଥିବାବେଳେ ୧.୫୬ଲକ୍ଷ ଟିକାକରଣ ସହ ଆନ୍ଧ୍ରପ୍ରଦେଶ ତୃତୀୟ ସ୍ଥାନରେ ରହିଛି। ସମଗ୍ର ଦେଶରେ ଜାନୁୟାରୀ ୧୬ରୁ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ର ଅନୁସାରେ ଆଜି ସକାଳ ୮ଟା […]

ଟିକା ନେବାପରେ ବି ୦.୧୭% ଲୋକ କୋଭିଡ୍ ସଂକ୍ରମିତ

covid

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ କୋଭିଡ୍ ଟିକାକରଣରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଆଜି ସକାଳ ସୁଦ୍ଧା ରାଜ୍ୟର ୧ଲକ୍ଷ ୭୭ହଜାର ୦୯୦ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ପ୍ରଦାନ କରାଯାଇଛି। ୨ଲକ୍ଷ ୩୧ହଜାର ଲୋକଙ୍କର ଟିକାକରଣ କରି ସମଗ୍ର ଦେଶରେ କର୍ଣ୍ଣାଟକ ପ୍ରଥମ ସ୍ଥାନରେ ଥିବାବେଳେ ୧.୫୬ଲକ୍ଷ ଟିକାକରଣ ସହ ଆନ୍ଧ୍ରପ୍ରଦେଶ ତୃତୀୟ ସ୍ଥାନରେ ରହିଛି। ସମଗ୍ର ଦେଶରେ ଜାନୁୟାରୀ ୧୬ରୁ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି।

Advertisment

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ର ଅନୁସାରେ ଆଜି ସକାଳ ୮ଟା ସୁଦ୍ଧା ଓଡ଼ିଶାରେ ୧.୭୭ଲକ୍ଷ ଲୋକଙ୍କୁ କୋଭିଟ୍ ଟିକା ପ୍ରଦାନ କରାଯାଇଛି। ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ଗତକାଲି ସୁଦ୍ଧା ୧ଲକ୍ଷ ୭୭ହଜାର ୦୯୦ଜଣ ଟିକା ନେଇଛନ୍ତି। ୩ଲକ୍ଷ ୫୦ହଜାର ୭୨୬ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବାକି ୧ଲକ୍ଷ ୭୩ହଜାର ୬୩୬ଜଣଙ୍କୁ ଆସନ୍ତାକାଲିଠୁ ଫେବୃୟାରୀ ୧୦ତାରିଖ ପର୍ଯ୍ୟନ୍ତ ଟୀକାକରଣ କରାଯିବ।

ଆସନ୍ତାକାଲି କେବଳ ରାଜଧାନୀ ଭୁବନେଶ୍ୱରରେ ଏବଂ ୨୮ତାରିଖରୁ ଅନ୍ୟ ଜିଲ୍ଲାଗୁଡ଼ିକରେ ଟୀକାକରଣ ହେବ। ଯେଉଁମାନେ ପଞ୍ଜିକୃତ ହୋଇ ଟିକା ନେଇନାହାନ୍ତି ସେମାନଙ୍କୁ ପର୍ଯ୍ୟାୟକ୍ରମେ ପୁଣିଥରେ ଡକାଯିବ। ଜିଲ୍ଲାଗୁଡ଼ିକୁ ଟିକାକରଣ ନେଇ ମାଇକ୍ରୋ ପ୍ଲାନ ଦେବାକୁ କୁହାଯାଇଛି। ଅର୍ଥାତ୍ କେବେ କେଉଁଠି ଓ କେତେଜଣ ଲୋକଙ୍କୁ ଟିକା ଦିଆଯିବ ସେ ନେଇ ଜିଲ୍ଲାଗୁଡ଼ିକ ରିପୋର୍ଟ ଦେବେ।

Advertisment

ଏପର୍ଯ୍ୟନ୍ତ ଟିକାର କୌଣସି ପାଶ୍ୱର୍ପ୍ରତିକ୍ରିୟା ଥିବା ଜଣାପଡ଼ିନି। ରାଜସ୍ୱ ଏବଂ ନଗର ଉନ୍ନୟନ ବିଭାଗର କରୋନା ଯୋଦ୍ଧାଙ୍କ ପଞ୍ଜିକରଣ ତାରିଖକୁ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଡାକ୍ତର ପାଣିଗ୍ରାହୀ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe