Advertisment

କରୋନା ସମୟରେ କଟକର ହର୍ଷିଲ୍‌ଙ୍କୁ ଜାଣିଲା ସାରା ବିଶ୍ୱ

କଟକ (ବିଶ୍ୱଜିତ୍ ଆଚାର୍ଯ୍ୟ):  ନାଁ ହର୍ଷିଲ ଅଗ୍ରୱାଲ। ବୟସ ୯। ସେ କଟକ ସହର ସ୍ଥିତ Stewart ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢନ୍ତି। ହେଲେ ଏବେ ହର୍ଷିଲ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଅନେକ ଆକର୍ଷଣୀୟ ଚିତ୍ର ଆଙ୍କୁଛନ୍ତି । ଆଉ ତାଙ୍କର ଏହି ଚିତ୍ରକଳା ଏକ୍ସକ୍ଲୁସିଭ ୱାର୍ଲ୍ଡ ରେକର୍ଡସ, ଇଣ୍ଡିଆ ବୁକ ଅଫ ରେକର୍ଡସ ଏବଂ ୱାର୍ଲ୍ଡ  ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି। କରୋନା ଯୋଗୁ ଅଧିକାଂଶ ପିଲା ଘରେ ରହି […]

କରୋନା ସମୟରେ କଟକର ହର୍ଷିଲ୍‌ଙ୍କୁ ଜାଣିଲା ସାରା ବିଶ୍ୱ

ctc

Advertisment

କଟକ (ବିଶ୍ୱଜିତ୍ ଆଚାର୍ଯ୍ୟ):  ନାଁ ହର୍ଷିଲ ଅଗ୍ରୱାଲ। ବୟସ ୯। ସେ କଟକ ସହର ସ୍ଥିତ Stewart ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢନ୍ତି। ହେଲେ ଏବେ ହର୍ଷିଲ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଅନେକ ଆକର୍ଷଣୀୟ ଚିତ୍ର ଆଙ୍କୁଛନ୍ତି । ଆଉ ତାଙ୍କର ଏହି ଚିତ୍ରକଳା ଏକ୍ସକ୍ଲୁସିଭ ୱାର୍ଲ୍ଡ ରେକର୍ଡସ, ଇଣ୍ଡିଆ ବୁକ ଅଫ ରେକର୍ଡସ ଏବଂ ୱାର୍ଲ୍ଡ  ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି। publive-image

Advertisment

କରୋନା ଯୋଗୁ ଅଧିକାଂଶ ପିଲା ଘରେ ରହି ବିରକ୍ତ ହେଉଥିବା ବେଳେ ହର୍ଷିଲ୍ କିନ୍ତୁ ଟିକିଏ ଭିନ୍ନ ଢଙ୍ଗରେ ସମୟ କାଟୁଛନ୍ତି। ସେ ପ୍ରତିଦିନ ପାଠ ପଢ଼ିବା ସହ କରୋନା ସଚେତନତାକୁ ନେଇ ଚିତ୍ର ଆଙ୍କୁଛନ୍ତି। ଆଉ ସେ ଏହି ସବୁ ଚିତ୍ରକୁ ଆଙ୍କିବା ପରେ ତାଙ୍କ ପରିବାର ଲୋକେ ଫେସବୁକ, ହ୍ୱାଟସ ଆପ୍‌,ଇନଷ୍ଟାଗ୍ରାମ, ଟ୍ୱିଟରରେ ପୋଷ୍ଟ କରିଥାନ୍ତି। ସୋଶାଲ ମିଡିଆରେ ତାଙ୍କ ଚିତ୍ରକୁ ଲୋକେ ବେଶ୍‌ ପସନ୍ଦ କରିଛନ୍ତି। ହର୍ଷିଲଙ୍କ ଏହି ଚିତ୍ର ଲଣ୍ଡନର ଏକ୍ସକ୍ଲୁସିଭ ୱାର୍ଲ୍ଡ  ରେକର୍ଡସ ସହ ଇଣ୍ଡିଆ ବୁକ ଅଫ ରେକର୍ଡସ ଏବଂ ଓ୍ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଛି। କେବଳ ସେତିକି ନୁହେଁ World Health Organisation  ମଧ୍ୟ ମାସ୍କକୁ ନେଇ ପ୍ରସ୍ତୁତ ଏକ ଚିତ୍ର କଳାକୁ ମଧ୍ୟ ଢେର ପ୍ରଶଂସା କରିଛି।publive-image

ହର୍ଷିଲ କହିଛନ୍ତି, “ଲକ୍‌ଡାଉନ୍‌ ଆରମ୍ଭ ହେବା ପରେ ମୁଁ କ’ଣ କରିବି ବୋଲି ଚିନ୍ତାରେ ଥିଲି। ହେଲେ ମମି ଡ୍ରଇଁ ରେ ସମୟ ଦେବାକୁ କହିଲେ। ଏହାପରେ ମୁଁ ଡ୍ରଇଁ କଲି। କୋଭିଡ୍‌କୁ ନେଇ ବିଭିନ୍ନ ସଚେତନମୂଳକ ଡ୍ରଇଁ କରିଛି। ମାସ୍କ ବ୍ୟବହାର ନେଇ କରିଥିବା  ଡ୍ରଇଁକୁ  WHO  ପ୍ରଶଂସା କରିଛି। ଏହିସବୁ ଡ୍ରଇଂ କରିବା ପରେ ସୋଶାଲ ମିଡିଆରେ ଅପଲୋଡ୍ କରି ଲୋକଙ୍କୁ କୋଭିଡ୍ ସମ୍ପର୍କରେ ମେସଜ୍ ଦେବାକୁ ଚେଷ୍ଟା କରିଛି। ଏବେ ମୋତେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ, ୱାର୍ଲ୍ଡ  ବୁକ୍ ଅଫ୍ ରେକର୍ଡସ ଓ ଏକ୍ସକ୍ଲୁସିଭ୍ ୱାର୍ଲ୍ଡ  ବୁକ୍ ଅଫ୍ ରେକର୍ଡସର ସାଟିଫିକେଟ୍ ମିଳିଛି। ସେଥିପାଇଁ ମୁଁ ବହୁତ ଖୁସି। ଆଗକୁ ମଧ୍ୟ ଡ୍ରଇଁ କରି ସୋଶାଲ ମିଡିଆରେ ସେୟାର କରିବି।”

Advertisment

ହର୍ଷିଲ୍‌ କରୋନା ସମ୍ପର୍କିତ ଅନେକ ବିଷୟବସ୍ତୁକୁ ଟିଭିରୁ ଦେଖି  ଚିତ୍ର ଆଙ୍କିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀଙ୍କ କରୋନା ସନ୍ଦେଶକୁ ସେ ଡ୍ରଇଁ କରି ସୋଶାଲ ମିଡିଆରେ ପୋଷ୍ଟ କରି ଲୋକଙ୍କୁ ସଚେତନ କରିଛନ୍ତି।publive-image

ହର୍ଷିଲଙ୍କ ବାପା କହିଛନ୍ତି,“ଲକ୍‌ଡାଉନ୍‌ରେ ପିଲାମାନେ ଟିଭି ଓ ମୋବାଇଲ୍‌ ସମୟ କାଟୁଥିବା ବେଳେ ହର୍ଷିଲ୍‌ ଡ୍ରଇଁ କରି ଲୋକଙ୍କୁ କିଛି ପଜିଟିଭ୍ ମେସେଜ ଦେବାକୁ ଚାହୁଁଥିଲା। ଆଉ ସେ ଏହାକୁ କରି ମଧ୍ୟ ଦେଖାଇଛି। ସେଥିପାଇଁ ଆମେ ବହୁତ ଖୁସି। ସେ ୱାର୍ଲ୍ଡରେ ତିନୋଟି ରେକର୍ଡ କରିଛି। ଯାହା ଆମ ଦେଶ ଓ  କଟକ ପାଇଁ ଗର୍ବର ବିଷୟ। ହର୍ଷିଲକୁ ୟୁନାଇଟେଟ୍ କିଙ୍ଗଡମ୍‌ ଲଣ୍ଡନ ତାକୁ  ‘ସାଇଲେଣ୍ଟ କୋଭିଡ୍ ୱାରିୟର’ ଭାବରେ ନାଁ ଦେଇଛି। ସେ କିଛି କନ୍‌ସେପଟ୍ ନେଇ  ପ୍ରତିଦିନ  ଡ୍ରଇଁ କରେ। କରୋନା ସମ୍ପର୍କରେ ଯାହା ନ୍ୟୁଜ୍ ସେ ତାହାକୁ ସେ  ଡ୍ରାଇଁ ଦ୍ୱାରା ଆଙ୍କିବାକୁ ଚେଷ୍ଟା କରେ।  ଆଉ ଆମେ ତାର ଡ୍ରଇଁ କିପରି ପ୍ରମୋଟ୍ ହେବ ସେଥିପାଇଁ ସୋଶାଲ ମଡିଆର ପୋଷ୍ଟ କରୁଥିଲୁ।  ହର୍ଷିଲ୍ କ୍ଲାସ୍ ୨ରୁ ଡ୍ରଇଁ କରିବା ଆରମ୍ଭ କରିଥିଲା। ସେ ଡ୍ରାଇଁ କରି ଏହି ସ୍ତରରେ ପହଞ୍ଚିବ ଆମେ କେବେ ଭାବି ନଥିଲୁ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe