Advertisment

‘ନୂଆପଡ଼ାର ୨୭ବର୍ଷୀୟ ଯୁବକଙ୍କ ମୃତ୍ୟୁ କୋଭିଡ୍ ଟିକାଜନିତ ନୁହେଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୮ତାରିଖରୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହେବାକୁ ଥିବାବେଳେ ନୂଆପଡ଼ାର ୨୭ବର୍ଷୀୟ ଯୁବକଙ୍କ ମୃତ୍ୟୁର କାରଣ କୋଭିଡ ଟୀକାଜନିତ ନୁହେଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ନୂଆପଡ଼ା ଜିଲ୍ଲାର ଜଣେ ୨୭ବର୍ଷୀୟ ଯୁବକଙ୍କର ଆଜି ସକାଳେ ବୁର୍ଲାସ୍ଥିତ ବୀରସୁରେନ୍ଦ୍ର ସାଏ ମେଡିକାଲ କଲେଜ ଓ ହସ୍ପିଟାଲରେ ମୃତ୍ୟୁ ହୋଇଛି। ସେ ଗୁରୁତର ଭାବେ ରକ୍ତହୀନତାର ଶିକାର ଥିବା ସହ […]

ଅଦ୍ୟତନ ହୋଇଛି
‘ନୂଆପଡ଼ାର ୨୭ବର୍ଷୀୟ ଯୁବକଙ୍କ ମୃତ୍ୟୁ କୋଭିଡ୍ ଟିକାଜନିତ ନୁହେଁ’

nuapara

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୮ତାରିଖରୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହେବାକୁ ଥିବାବେଳେ ନୂଆପଡ଼ାର ୨୭ବର୍ଷୀୟ ଯୁବକଙ୍କ ମୃତ୍ୟୁର କାରଣ କୋଭିଡ ଟୀକାଜନିତ ନୁହେଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।

Advertisment

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ନୂଆପଡ଼ା ଜିଲ୍ଲାର ଜଣେ ୨୭ବର୍ଷୀୟ ଯୁବକଙ୍କର ଆଜି ସକାଳେ ବୁର୍ଲାସ୍ଥିତ ବୀରସୁରେନ୍ଦ୍ର ସାଏ ମେଡିକାଲ କଲେଜ ଓ ହସ୍ପିଟାଲରେ ମୃତ୍ୟୁ ହୋଇଛି। ସେ ଗୁରୁତର ଭାବେ ରକ୍ତହୀନତାର ଶିକାର ଥିବା ସହ ତାଙ୍କର ମସ୍ତିଷ୍କରେ ମାତ୍ରାଧିକ ରକ୍ତ ବୋହିଥିବାରୁ ମସ୍ତିଷ୍କଘାତ ହୋଇଥିବା ପ୍ରାଥମିକ ପରୀକ୍ଷାନିରୀକ୍ଷା ପରେ ଜଣାପଡ଼ିଛି। ସେ ଜାନୁଆରୀ ୨୩ତାରିଖରେ କୋଭିଡ୍ ଟିକା ନେଇଥିଲେ। ତେବେ ଡାକ୍ତରୀ ଯାଂଚ ପରେ ତାଙ୍କର ମୃତ୍ୟୁର କାରଣ କୋଭିଡଜନିତ ଟିକା ନୁହେଁ ବୋଲି ଜଣାପଡ଼ିଥିବା ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।

ସେହିପରି ନୂଆପଡ଼ା ଓ ଝାରସୁଗୁଡ଼ା ଜିଲ୍ଲାରୁ ମଧ୍ୟ କୋଭିଡ୍ ଟିକା ନେଇଥିବା ଦୁଇଜଣ ବ୍ୟକ୍ତିଙ୍କର ସାମାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିବାର ସୂଚନା ମିଳିଥିଲା। ଉଭୟ ଏବେ ସୁସ୍ଥ ଅଛନ୍ତି। ଗତ ୨୩ତାରିଖରେ ନୂଆପଡ଼ାର ଜଣେ ୨୪ବର୍ଷୀୟା ମହିଳା କୋଭିଡ୍ ଟିକା ନେଇଥିବାବେଳେ ୧୮ତାରିଖରେ ଝାରସୁଗୁଡ଼ା ଜିଲ୍ଲାର ଜଣେ ୨୩ବର୍ଷୀୟ ଯୁବକ ଟିକା ନେଇଥିଲେ। ସେମାନଙ୍କର ଆଜି ସାମାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା, କିନ୍ତୁ ଏବେ ଉଭୟ ସୁସ୍ଥ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Advertisment

ସୂଚନାଯୋଗ୍ୟ, ସମସ୍ତ ଜିଲ୍ଲା ଇତିମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ନିଜର ଆକ୍ସନ ପ୍ଲାନ୍ ପ୍ରଦାନ କରିଛନ୍ତି। ଜାନୁୟାରୀ ୨୮ରୁ ଫେବୃୟାରୀ ୧୦ତାରିଖ ପର୍ଯ୍ୟନ୍ତ ଏହି ଟିକାକରଣ କାର୍ଯ୍ୟ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe