Advertisment

ଆଜି ହିଁ ବିଭିନ୍ନ ଜିଲ୍ଲାକୁ ଯିବ ଟିକା, ବୟସ୍କ ସ୍ୱାସ୍ଥ୍ୟ କର୍ମୀଙ୍କୁ ଆଗ ମିଳିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୁବ୍‌ ଶୀଘ୍ର ହେବାକୁ ଯାଉଛି ପ୍ରତିକ୍ଷାର ଅନ୍ତ। ଆଜି ଅପରାହ୍ନ ୪ଟା ୨୫ରେ ସ୍ପାଇସ୍ ଜେଟ୍ ବିମାନରେ ଭୁବନେଶ୍ୱରରେ ପହଞ୍ଚିବ ବହୁ ପ୍ରତିକ୍ଷୀତ ସିରମ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭିସିଲ୍ଡ । ଭୁବନେଶ୍ୱରରେ ଟିକା ପହଞ୍ଚିଲେ ପ୍ରଥମେ ରାଜ୍ୟ ଟିକା କେନ୍ଦ୍ରକୁ ଯିବ। ସେଠାରୁ ନିଜ ଜିଲ୍ଲାକୁ ଟିକା ନେଇଯିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ସେମାନେ ଭ୍ୟାକସିନ ଗାଡ଼ି ପଠାଇ ସେମାନଙ୍କ ଟିକା ନେଇଯିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ […]

ଅଦ୍ୟତନ ହୋଇଛି
ଆଜି ହିଁ ବିଭିନ୍ନ ଜିଲ୍ଲାକୁ ଯିବ ଟିକା, ବୟସ୍କ ସ୍ୱାସ୍ଥ୍ୟ କର୍ମୀଙ୍କୁ ଆଗ ମିଳିବ

covi-1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୁବ୍‌ ଶୀଘ୍ର ହେବାକୁ ଯାଉଛି ପ୍ରତିକ୍ଷାର ଅନ୍ତ। ଆଜି ଅପରାହ୍ନ ୪ଟା ୨୫ରେ ସ୍ପାଇସ୍ ଜେଟ୍ ବିମାନରେ ଭୁବନେଶ୍ୱରରେ ପହଞ୍ଚିବ ବହୁ ପ୍ରତିକ୍ଷୀତ ସିରମ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭିସିଲ୍ଡ । ଭୁବନେଶ୍ୱରରେ ଟିକା ପହଞ୍ଚିଲେ ପ୍ରଥମେ ରାଜ୍ୟ ଟିକା କେନ୍ଦ୍ରକୁ ଯିବ। ସେଠାରୁ ନିଜ ଜିଲ୍ଲାକୁ ଟିକା ନେଇଯିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ସେମାନେ ଭ୍ୟାକସିନ ଗାଡ଼ି ପଠାଇ ସେମାନଙ୍କ ଟିକା ନେଇଯିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

Advertisment

ଆଜି ଭ୍ୟାକସିନ୍ ସେଣ୍ଟର ବୁଲି ସ୍ଥିତି ପରଖିବା ବେଳେ ସ୍ୱାସ୍ଥ୍ୟ ସଚିବ କହିଛନ୍ତି,  ଆମ ପାଖକୁ କୋଭିସିଲ୍ଡର ମୋଟ ୪ ଲକ୍ଷ ୮ ହଜାର ଡୋଜ୍ ଆସୁଛି।  ଆସନ୍ତା ୧୬ ତାରିଖରୁ ଭ୍ୟାକସିନ ଲଞ୍ଚ କରିବାକୁ ଥିବା ବେଳେ  ପ୍ରଥମେ ବୟସ୍କ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯିବ ।

publive-image

ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯିବ। ୧୬ରୁ ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଟିକା ଦେବା ଆରମ୍ଭ ହେବ। ସ୍ୱାସ୍ଥ୍ୟ କର୍ମୀଙ୍କ ମଧ୍ୟରେ ଯେଉଁମାନେ ବୟସ୍କ ଥିବେ, ସେମାନଙ୍କୁ ଆଗ ଟିକା  ଦିଆଯିବ। ଯେଉଁ ଅଞ୍ଚଳରେ ଅଧିକ କରୋନା ଆକ୍ରାନ୍ତ ଥିବେ ସେଠି ମଧ୍ୟ ଟିକା ଆଗ ଦିଆଯିବ ବୋଲି କହିଛନ୍ତି  ସ୍ୱାସ୍ଥ୍ୟ ସଚିବ।

Advertisment

ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ଟିକା ଆସିବା ମାତ୍ରେ ଟିକାକରଣ ଆରମ୍ଭ ହେବ । ମୋଟ୍ ୪୦ ହଜାର ୮୦୦ ଟିକା ଶିଶି ଆସୁଛି । ଗୋଟିଏ ଶିଶିରୁ ୧୦ଜଣଙ୍କୁ ଭ୍ୟାକସିନ୍ ଦିଆଯାଇପାରିବ । ଟିକାକରଣ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୮ ହଜାର ୬୦ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ଦିଆଯାଇଥିବା ଡିଏମଇଟି ସୂଚନା ଦେଇଛନ୍ତି।

publive-image

ସେପଟେ ବିଏମସି କମିଶନର କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ୨୧ ହଜାର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କର୍ମଚାରୀମାନଙ୍କ ଲିଷ୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ସମୁଦାୟ ୨୭ଟି ସରକାରୀ ହସ୍ପିଟାଲ ଓ ୧୮ଟି ପ୍ରାଇଭେଟ୍ ହସ୍ପିଟାଲରେ ଭ୍ୟାକସିନେସନ ସେଣ୍ଟର କରିବାକୁ ନିଷ୍ପତି ହୋଇଛି  ।

ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରର ୫ଟି ଲୋକେସନରେ କୋଭିଡ୍ ଭ୍ୟାକସିନ୍ ଲଞ୍ଚ କରାଯାଉଛି  । କ୍ୟାପିଟାଲ ହସପିଟାଲ, ୟୁନିଟ୍ ୪ ସରକାରୀ ହସପିଟାଲ, ବିଏମସି ହସପିଟାଲ, ସମ୍ ହସପିଟାଲ ଏବଂ କିମ୍ସ ହସପିଟାଲରେ ଭ୍ୟାକସିନ ଲଞ୍ଚ କରାଯିବ ବୋଲି ବିଏମସି କମିଶନର କହିଛନ୍ତି ।  ସେହିପରି କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ କହିଛନ୍ତି, ୧୬ ତାରିଖରେ ଆମ ପାଖରେ ଟିକା ପହଞ୍ଚିବ। ଗତ ୨ ତାରିଖରେ ଡ୍ରାଏ ରନ୍ ହୋଇଥିଲା , ଟିକାକରଣ ପାଇଁ ଆମେ ପ୍ରସ୍ତୁତ ଅଛୁ  ।

publive-image

ସୂଚନାଯୋଗ୍ୟ, ଆଜି ଭୋର୍ ପ୍ରାୟ ସାଢେ ୪ଟାରେ ପ୍ରଥମେ ପୁଣେର ସିରମ ଇନଷ୍ଟିଚ୍ୟୁଟ୍‌ରୁ ସ୍ୱତନ୍ତ୍ର ଟ୍ରକ୍‌ରେ ଟିକାଗୁଡିକୁ ବିମାନ ବନ୍ଦର ଅଣାଯାଇଥିଲା । ଏଥିପାଇଁ ଟିକା ଟ୍ରକ୍ଗୁଡିକୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଥିଲା । ପରେ ବିମାନ ବନ୍ଦରରୁ ସ୍ପାଇସ୍ ଜେଟ୍ ବିମାନରେ ଟିକାକୁ ଭୁବନେଶ୍ୱର ଅଣାଯାଉଛି । ବିମାନବନ୍ଦରରେ ପହଞ୍ଚିବା ପରେ ଟିକା।ଗୁଡିକୁ ରାଜ୍ୟ ଟିକା କେନ୍ଦ୍ରରେ ରଖାଯିବ । ଏହା ପରେ ପ୍ରତି ଜିଲ୍ଲାର ଟିକା କେନ୍ଦ୍ରକୁ ପଠାଯିବ ।  ଏଥିନିମନ୍ତେ ଭୁବନେଶ୍ୱର ବିମାନ ବନ୍ଦରରେ ପୁରା ପ୍ରସ୍ତୁତି ସରିଥିବା ବେଳେ  ରେଫ୍ରିଜରେଟରରେ ଟିକା ରଖାଯିବାକୁ ବ୍ୟବସ୍ଥା କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe