Advertisment

ଓଡ଼ିଶୀ ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା ଦେଲେ ଫ୍ରାନ୍ସ ନୃତ୍ୟଶିଳ୍ପୀ ମହିନା

ଭୁବନେଶ୍ୱର : ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ଲୋକଙ୍କ ମଧ୍ୟରେ ସଚେତନ କରିବାକୁ ଆଗେଇ ଆସିଛନ୍ତି ଫ୍ରାନ୍ସର ଓଡ଼ିଶୀ ନୃତ୍ୟଶିଳ୍ପୀ ମହିନା ଖାନୁମ୍‌। ଓଡ଼ିଶୀ ନୃତ୍ୟର ବିଭିନ୍ନ ଭଙ୍ଗୀ ପ୍ରଦର୍ଶନ କରି ସେ ସାରା ବିଶ୍ୱବାସୀଙ୍କୁ କରୋନା ସତର୍କତା ନେଇ ବାର୍ତ୍ତା ଦେଇଛନ୍ତି। ଏ ନେଇ ମହିନା ସୋଶାଲ ମିଡିଆ ଟ୍ୱିଟରରେ ଏକ ଭିଡିଓ ଜାରି କରିଛନ୍ତି। ଯେଉଁଥିରେ ସେ ଓଡ଼ିଶୀ ନୃତ୍ୟର ବିଭିନ୍ନ ଭଙ୍ଗୀ ମାଧ୍ୟମରେ ଲୋକଙ୍କୁ ସଚେତନ ରହିବା ସହ ବିଭିନ୍ନ ଉପାୟ […]

author-image
Puspanjali Panda
ଓଡ଼ିଶୀ ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା ଦେଲେ ଫ୍ରାନ୍ସ ନୃତ୍ୟଶିଳ୍ପୀ ମହିନା

mahina22

ଭୁବନେଶ୍ୱର : ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ଲୋକଙ୍କ ମଧ୍ୟରେ ସଚେତନ କରିବାକୁ ଆଗେଇ ଆସିଛନ୍ତି ଫ୍ରାନ୍ସର ଓଡ଼ିଶୀ ନୃତ୍ୟଶିଳ୍ପୀ ମହିନା ଖାନୁମ୍‌। ଓଡ଼ିଶୀ ନୃତ୍ୟର ବିଭିନ୍ନ ଭଙ୍ଗୀ ପ୍ରଦର୍ଶନ କରି ସେ ସାରା ବିଶ୍ୱବାସୀଙ୍କୁ କରୋନା ସତର୍କତା ନେଇ ବାର୍ତ୍ତା ଦେଇଛନ୍ତି। ଏ ନେଇ ମହିନା ସୋଶାଲ ମିଡିଆ ଟ୍ୱିଟରରେ ଏକ ଭିଡିଓ ଜାରି କରିଛନ୍ତି। ଯେଉଁଥିରେ ସେ ଓଡ଼ିଶୀ ନୃତ୍ୟର ବିଭିନ୍ନ ଭଙ୍ଗୀ ମାଧ୍ୟମରେ ଲୋକଙ୍କୁ ସଚେତନ ରହିବା ସହ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ନିବେଦନ କରିଛନ୍ତି।

Advertisment

ଟ୍ୱିଟ୍‌ କରି ମହିନା ଲେଖିଛନ୍ତି, ‘କରୋନା ମୁକାବିଲା ପାଇଁ ବର୍ତ୍ତମାନ ଫ୍ରାନ୍ସରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। କିଛି ସପ୍ତାହ ଧରି ମୁଁ ଘରେ ରହିଛି। ତେଣୁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ସଚେତନ ହେବା ପାଇଁ ମୁଁ ଏକ ଛୋଟ ଭିଡିଓ ତିଆରି କରିଛି। ଯେଉଁଥିରେ କିଛି ସହଜ ଷ୍ଟେପ ରହିଛି। ଯାହା କୋଭିଡ୍‌-୧୯ରୁ ଜୀବନକୁ ରକ୍ଷା କରିବ।’

Advertisment

କରୋନାକୁ ନେଇ ଆମର ଦାୟିତ୍ୱ କ’ଣ ରହିଛି, ଏଭଳି ସ୍ଥିତିରେ ମହାମାରୀକୁ ରୋକିବାକୁ ଆମେ କ’ଣ କରିବା, ସଂକ୍ରମଣ ରୋକିବାକୁ କ’ଣ ସବୁ ପଦକ୍ଷେପ ନେବା, କିପରି ଛିଙ୍କିବା, ନାକରୁ ପାଣି ବୋହୁଥିଲେ କେମିତି ସଫା କରିବା ଏସବୁ ମହିନା ନୃତ୍ୟରେ ଦର୍ଶାଇଛନ୍ତି।

ସେହିପରି ଏ ସମୟରେ କିପରି ନିଜ ଲୋକଙ୍କଠାରୁ ଦୂରେଇ ରହି କରୋନାକୁ ଧୈର୍ଯ୍ୟର ସହ ମୁକାବିଲା କରିବା ଦେଖାଇବା ସହିତ ଏହାକୁ ପାଳନ କରିବା ଅତ୍ୟନ୍ତ କଷ୍ଟ ଦାୟକ ହୋଇଥିଲେ ମଧ୍ୟ ଉପାୟକୁ ଅବଲମ୍ବନ କରି କରୋନାକୁ ପରାଜୟ କରି ଖୁସିରେ ପୁଣିଥରେ ଏକାଠି ହୋଇପାରିବା ବୋଲି ନୃତ୍ୟରେ ମହିନା କହିଛନ୍ତି।