କରୋନା କଟକଣା: ଫେବ୍ରୁଆରୀ ମାସ ପାଇଁ ଗାଇଡ୍‌ଲାଇନ୍ ଜାରି, କାର୍ଯ୍ୟକ୍ଷମ ହେବ ଅଙ୍ଗନବାଡ଼ି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ପାଇଁ ଫେବ୍ରୁଆରୀ ମାସର ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ଏହି ନୂଆ ଗାଇଡଲାଇନ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଲାଗୁ ହେବ। ତା’ହେଲେ ଏହି ଗାଇଡ୍‌ଲାଇନ୍‌ରେ କ’ଣ ସବୁ ରହିଛି, ଜାଣି ନିଅନ୍ତୁ।

  • କେନ୍ଦ୍ର ଗାଇଡଲାଇନ ମାନି ସତର୍କତାର ସହ ହୋଇପାରିବ କଣ୍ଟେନମେଣ୍ଟ
  • ଜିଲ୍ଲାପାଳ ବା ସ୍ଥାନୀୟ କର୍ତ୍ତୃପକ୍ଷ କଣ୍ଟେନମେଣ୍ଟ ନିର୍ଦ୍ଧାରଣ କରିବେ
  • ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶରେ ୫ଶହ ଲୋକଙ୍କ ସମାଗମକୁ ଅନୁମତି ମିଳିଛି
  • ବିବାହ ଏବଂ ଶେଷକୃତ୍ୟ କାର୍ଯ୍ୟରେ ସର୍ବାଧିକ ୫ଶହ ଅତିଥି ଉପସ୍ଥିତ ରହିପାରିବେ
  • ଇଣ୍ଡୋର ହଲରେ କ୍ଷମତାର ୫୦% ସିଟ୍ ପାଇଁ ଅନୁମତି ମିଳିଛି
  • ଖୋଲା ଜାଗାର ଆକାର ଦେଖି ସମାଗମ ନିର୍ଦ୍ଧାରଣ ହେବ
  • ସମାବେଶରେ ମାସ୍କ, ସାମାଜିକ ଦୂରତ୍ୱ, ଥର୍ମାଲ ସ୍କାନିଂ ଜରୁରୀ
  • ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏସ୍ଓପି ପ୍ରସ୍ତୁତ କରିବାକୁ ପରାମର୍ଶ
  • ଏସ୍ଓପି ପ୍ରସ୍ତୁତି ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ
  • ଇଂଜିନିୟରିଂ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇପାରିବ ବୈଷୟିକ ଶିକ୍ଷା ବିଭାଗ
  • ଏସ୍ଓପି ମାନି ଖୋଲିପାରିବ ସିନେମା ହଲ୍, ଥିଏଟର
  • ସ୍ଥାନୀୟ ଅଧିକାରୀଙ୍କ ଅନୁମତିରେ ଚାଲିପାରିବ ଯାତ୍ରା, ଖୋଲାମଞ୍ଚ
  • ପୂର୍ବପରି ବାହାରେ ଛେପ ପକାଇଲେ ଦଣ୍ଡିତ ହେବାକୁ ପଡ଼ିବ
  • ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ଗୁଟଖା, ପାନ ସେବନ ମନା
  • ଫେବ୍ରୁଆରୀ ୧ରୁ ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟକ୍ଷମ ପାଇଁ ଦିଆଯାଇଛି ନିର୍ଦ୍ଦେଶ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।