ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ପାଇଁ ଫେବ୍ରୁଆରୀ ମାସର ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ଏହି ନୂଆ ଗାଇଡଲାଇନ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଲାଗୁ ହେବ। ତା’ହେଲେ ଏହି ଗାଇଡ୍ଲାଇନ୍ରେ କ’ଣ ସବୁ ରହିଛି, ଜାଣି ନିଅନ୍ତୁ।
- କେନ୍ଦ୍ର ଗାଇଡଲାଇନ ମାନି ସତର୍କତାର ସହ ହୋଇପାରିବ କଣ୍ଟେନମେଣ୍ଟ
- ଜିଲ୍ଲାପାଳ ବା ସ୍ଥାନୀୟ କର୍ତ୍ତୃପକ୍ଷ କଣ୍ଟେନମେଣ୍ଟ ନିର୍ଦ୍ଧାରଣ କରିବେ
- ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶରେ ୫ଶହ ଲୋକଙ୍କ ସମାଗମକୁ ଅନୁମତି ମିଳିଛି
- ବିବାହ ଏବଂ ଶେଷକୃତ୍ୟ କାର୍ଯ୍ୟରେ ସର୍ବାଧିକ ୫ଶହ ଅତିଥି ଉପସ୍ଥିତ ରହିପାରିବେ
- ଇଣ୍ଡୋର ହଲରେ କ୍ଷମତାର ୫୦% ସିଟ୍ ପାଇଁ ଅନୁମତି ମିଳିଛି
- ଖୋଲା ଜାଗାର ଆକାର ଦେଖି ସମାଗମ ନିର୍ଦ୍ଧାରଣ ହେବ
- ସମାବେଶରେ ମାସ୍କ, ସାମାଜିକ ଦୂରତ୍ୱ, ଥର୍ମାଲ ସ୍କାନିଂ ଜରୁରୀ
- ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏସ୍ଓପି ପ୍ରସ୍ତୁତ କରିବାକୁ ପରାମର୍ଶ
- ଏସ୍ଓପି ପ୍ରସ୍ତୁତି ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ
- ଇଂଜିନିୟରିଂ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇପାରିବ ବୈଷୟିକ ଶିକ୍ଷା ବିଭାଗ
- ଏସ୍ଓପି ମାନି ଖୋଲିପାରିବ ସିନେମା ହଲ୍, ଥିଏଟର
- ସ୍ଥାନୀୟ ଅଧିକାରୀଙ୍କ ଅନୁମତିରେ ଚାଲିପାରିବ ଯାତ୍ରା, ଖୋଲାମଞ୍ଚ
- ପୂର୍ବପରି ବାହାରେ ଛେପ ପକାଇଲେ ଦଣ୍ଡିତ ହେବାକୁ ପଡ଼ିବ
- ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ଗୁଟଖା, ପାନ ସେବନ ମନା
- ଫେବ୍ରୁଆରୀ ୧ରୁ ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟକ୍ଷମ ପାଇଁ ଦିଆଯାଇଛି ନିର୍ଦ୍ଦେଶ